ନେପାଳ ସହିତ ଚାଲିଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ନେପାଳକୁ ମାତ୍ ଦେଇ ବିଜୟ ହାସଲ କରି ସେମିଫାଇନାଲକୁ ଉତୀର୍ଣ୍ଣ ହୋଇଛି ଭାରତ । ଋତୁରାଜଙ୍କ ନେତୃତ୍ୱରେ ଏସିଆନ୍ ଗେମ୍ସର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଯଶସ୍ୱୀ ଜଏସ୍ୱାଲଙ୍କ ଦମଦାର ଶତକ ଏବଂ ପରେ ଦଳର ଘାତକ ବୋଲିଂ ନେପାଳକୁ ହରାଇବାରେ ସକ୍ଷମ ହୋଇପାରିଛି । ଫଳରେ ୨୩ ରନରେ ନେପାଳକୁ ହରାଇ ଏସିୟ କ୍ରୀଡାର ସେମିଫାଇନାଲରେ ପ୍ରବେଶ କରିଛି ଭାରତ l

ଭାରତ ପ୍ରଥମେ ବ୍ୟାଟିଂ ଚୟନ କରି ଋତୁରାଜଙ୍କ ନେତୃତ୍ବାଧୀନରେ କେବଳ 4ଟି ୱିକେଟ ବିୟୋଗରେ 202 ରନ କରିଥିଲା l ନେପାଳ କୁ 203 ରନର ଟାର୍ଗେଟକୁ ଗୋଡ଼ାଇ 9 ୱିକେଟ ହରାଇ କେବଳ 179 ରନ କରିବା ପାଇଁ ସମ୍ଭବ ହୋଇପାରିଥିଲା l
ଭାରତ ପକ୍ଷରୁ ରବି ବିଷ୍ଣୋଇ ଏବଂ ଆଭେଶ ଖାନ୍ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ନେପାଳ ପକ୍ଷରୁ ଡି.ଏସ ଆରି ସର୍ବାଧିକ ୩୨ ରନ୍ ସଂଗ୍ରହ କରିଥିଲେ । ଏହାବ୍ୟତୀତ ସୁନଦୀପ ଜୋରା ଏବଂ କୁଶଲ ମଲ୍ଲା ୨୯ ରନ୍ ଲେଖାଏଁ କରିଥିବା ବେଳେ କୁଶଲ ଭୁର୍ତେଲ ୨୮ ରନ୍ ସଂଗ୍ରହ କରିଛନ୍ତି । ଏହାପରେ ମଧ୍ୟ ବିଜୟ ଲକ୍ଷ୍ୟରୁ ୨୩ ରନ ଦୂରରେ ରହିଥିଲା ନେପାଳି ଦଳ ।