ଏସିଆ କପ୍ ୨୦୨୩ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଏସିଆ କପ୍ 2023 ର ଅନ୍ତିମ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର 17 ରେ ଖେଳାଯିବ l ଶ୍ରୀଲଙ୍କାର କଲମ୍ବୋରେ ଆର ପ୍ରେମାଦାସା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବା ନେଇ ସ୍ଥିର ହୋଇଛି ।
ସୁପର ଚାରି ପର୍ଯ୍ୟାୟରେ ଶ୍ରୀଲଙ୍କାକୁ 41 ରନରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ଏସିଆ କପ୍ 2023 ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲା | ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ 2 ୱିକେଟରେ ଜିତିବା ପରେ ଶ୍ରୀଲଙ୍କା ସିରିଜର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ତେବେ ଏବେ ଏହି ଦୁଇଟି ଦଳ ଫାଇନାଲରେ ମୁଁହାମୁହିଁ ହେବେ l ଏସିଆ କପ୍ 2023 ର ଆସନ୍ତାକାଲି ଖେଳାଯିବାକୁ ଥିବା ଏହି ଫାଇନାଲ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି l
କେଉଁଠି ଓ କେତେବେଳେ ଆରମ୍ଭ ହେବ ମ୍ୟାଚ?
ଆସନ୍ତା କାଲି ଅର୍ଥାତ 17 ସେପ୍ଟେମ୍ବର ଦିନ 3ଟା ବେଳେ ଶ୍ରୀଲଙ୍କାର କଲମ୍ବୋଠାରେ ଥିବା ପ୍ରେମାଦାସା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ l
କେଉଁଠି ଦେଖିବେ ମ୍ୟାଚ?
ଆସନ୍ତାକାଲି ମ୍ୟାଚର ସିଧାପ୍ରସାରଣ Disney+Hotstar ରେ କରାଯିବ l ଏହା ବ୍ୟତୀତ ଷ୍ଟାର ସ୍ପୋର୍ଟ୍ସ 1, ଷ୍ଟାର ସ୍ପୋର୍ଟ୍ସ 1 ଏଚଡି, ଷ୍ଟାର ସ୍ପୋର୍ଟ୍ସ 1 ହିନ୍ଦୀ, ଷ୍ଟାର ସ୍ପୋର୍ଟ୍ସ 1 ହିନ୍ଦୀ ଏଚଡି ଭଳି ଚାନେଲରେ ମଧ୍ୟ ଏହି ମ୍ୟାଚ ଦେଖିପାରିବେ l
ସମ୍ଭାବ୍ୟ ଖେଳାଳି :
ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେ ଏଲ ରାହୁଲ, ଈଶାନ କିଶନ, ହାର୍ଦିକ ପାଣ୍ଡିଆ, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମୋହମ୍ମଦ ଶିରାଜ l
ଶ୍ରୀଲଙ୍କା : ଦାସୁନ ସନାକା (ଅଧିନାୟକ), ପଥୁମ ନିଶଙ୍କା, ଦିମୂଥ କରୁଣାରତ୍ନେ, ସଦିରା ସମରବିକ୍ରମ, କୁଶଳ ମେଣ୍ଡିସ, ଚାରିଥ ଆସଲାଙ୍କ, ଧନଞ୍ଜୟ ଦେ ସିଲଭା, ଦୁନିଥ ୱେଲଲାଗେ, ମହିସ ଠିକତ୍ସାନ, କାସୁନ ରାଜିଥା, ମହିସା ପଥିରାନା l
