Site icon UTKAL PRATIDIN

ଆଠଗଡ଼ ଥାନାରୁ ଫେରା ହେଲା ଆସାମୀ

WhatsApp Image 2023-09-09 at 11.07.22 AM

ଗତ ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅମୃତ ମଣୋହି ପାଟଣା ରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଏବଂ ବୋମା ମାଡ଼ ଘଟଣା ରେ ଅନ୍ୟତମ ଅଭିଯୁକ୍ତ ପୋଲିସ ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଏହି ବୋମାମାଡ଼ ଘଟଣା ରେ ଉଭୟ ପକ୍ଷଙ୍କ ତରଫରୁ ଦୁଇ ଟି ଏତଲା ଦାଏର ହୋଇଥିଲା।

ଶାନ୍ତି ଲତା ଜେନାଙ୍କ ଏତଲା ଆଧାରରେ ଆଠଗଡ଼ ଥାନା କେସ୍ ନମ୍ବର ୧୬୮/୨୩ ଏବଂ୧୬୯/୨୩ ଏବଂ ଗୁଣନିଧି ଜେନାଙ୍କ ଏତଲା ଆଧାରରେ ପୋଲିସ ପୂର୍ବରୁ ଉଭୟ ପକ୍ଷର ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଲା। ଗତକାଲି ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀଙ୍କୁ ଗିରଫ କରି ପଚରାଉଚୁରା କରୁଥିଲା। ଆଜି ତାକୁ କୋର୍ଟ ଚାଲାଣ କରିବାକୁ ଥିବା ବେଳେ ଭୋର୍ ସାଢେ଼ ପାଞ୍ଚ ଟା ସମୟରେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଶୌଚ ହେବାପାଇଁ କହି ଥାନା ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ତେବେ ଆଠଗଡ଼ ପୋଲିସ ଫେରାର ଅଭିଯୁକ୍ତ କୁ ଧରିବା ପାଇଁ ଆଠଗଡର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

କଟକ ରୁ ମାନସ ସାହୁଙ୍କ ରିପୋର୍ଟ ଉତ୍କଳ ପ୍ରତିଦିନ ନ୍ୟୁଜ୍

Exit mobile version