Site icon UTKAL PRATIDIN

ସପ୍ତାହକୁ ମାତ୍ର ୪ ଦିନ ଅଫିସ୍, ବାକି ଦିନ ଏହି କର୍ମଚାରୀଙ୍କ ଛୁଟି

web 8

ନୂଆଦିଲ୍ଲୀ: ଘରୋଇ ଚାକିରି କ୍ଷେତ୍ରରେ ବିଶେଷ ଭାବେ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳିଥାଏ । ହେଲେ ଏବେ ସରକାର ସମସ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବେ କର୍ମଚାରୀମାନେ ସପ୍ତାହକୁ ୪ ଦିନ କାମ କରିବେ ଓ ବାକି ୩ ଦିନ ଛୁଟି ପାଇବେ । ପରିବାରକୁ ଅଧିକ ସମୟ ଦେବା ପାଇଁ ଓ ବାପାମାଆଙ୍କୁ ସହାୟତା କରିବା ପାଇଁ ଟୋକିଓ ମେଟ୍ରୋପଲିଟାନ୍ ସରକାର ଏପରି ନିଷ୍ପତ୍ତି ନେଇଛି।

ଟୋକିଓ ଗଭର୍ଣ୍ଣର ୟୁରିକୋ କୁଇକୋ କହିଛନ୍ତି, ଏବେ ସମୟ ବଦଳିଯାଇଛି । ମହିଳାମାନଙ୍କୁ ଆଉ ପରିବାର କିମ୍ୱା କ୍ୟାରିଅର୍ ଭିତରୁ ଗୋଟିଏକୁ ବାଛିବାକୁ ପଡିବ ନାହିଁ । ଆମେ ଏମିତି ଏକ ସମାଜ ଗଠନ କରିବା ଯେମିତିକି ପରିବାରର କାମ ହେଉଥିବ ଓ କ୍ୟାରିଅର୍ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ । ଏପରିକି ଜଣେ ମହିଳା ସନ୍ତାନ ଜନ୍ମ କଲେ ବି କ୍ୟାରିଅର୍ ପ୍ରଭାବିତ ହେବନାହିଁ । ତେବେ ଜାପାନରେ କାମ ଓ ପାରିବାରିକ ଜୀବନକୁ ନେଇ ଏମତି ଏକ ବ୍ୟବସ୍ଥା ଲାଗୁ କରାଯାଇଥିବା କହିଛନ୍ତି ଗଭର୍ଣ୍ଣର ।

କହିରଖୁଛୁ ଯେ, ପୂର୍ବରୁ ଜାପାନୀ କମ୍ପାନୀ ପାନାସୋନିକ ପରି ଅନେକ କମ୍ପାନୀ ଜାପାନ ସରକାରଙ୍କ ଗାଇଡଲାଇନ ମୁତାବକ ତାର କର୍ମଚାରୀଙ୍କ ପାଇଁ ସାପ୍ତାହିକ ମାତ୍ର ୪ ଟି କାର୍ଯ୍ୟଦିବସ ସ୍ଥିର କରିଥିଲା । ଏନେଇ କମ୍ପାନୀ ତରଫରୁ କୁହାଯାଇଥିଲା ଯେ ଏଭଳି ଅଧିକ ଛୁଟି ପାଇବା ଦ୍ୱାରା କର୍ମଚାରୀମାନେ ସେମାନଙ୍କ ପରିବାରକୁ ଅଧିକ ସମୟ ଦେବା ସହ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ ।

ତେବେ ସପ୍ତାହକୁ ୩ ଦିନ ଛୁଟିକୁ ପ୍ରଥମେ କମ୍ପାନୀ ଟ୍ରାଏଲ ବେସରେ ଆରମ୍ଭ କରିଥିଲା । ଏହାର ସୁଫଳ ଦେଖିବା ପରେ ଏହା ସବୁ ସମୟ ପାଇଁ ଲାଗୁ କରାଯାଇଥିଲା । ପରେ ପରେ ଅନେକ ଦେଶର ବିଭିନ୍ନ କମ୍ପାନୀ ମଧ୍ୟ ଯେପରିକି ହିଟାଚି, ମିଜୁହୋ ଫାଇନାନସିଆଲ ଗ୍ରୁପ, ଫାଷ୍ଟ ରିଟେଲିଂ ୟୁନିକ୍ୟୁଲୋ ଭଳି କମ୍ପାନୀ ସେମାନଙ୍କର କର୍ମଚାରୀଙ୍କୁ ଏହି ସୁବିଧା ଯୋଗାଇ ଦେଉଛନ୍ତି ।

Exit mobile version