Site icon UTKAL PRATIDIN

ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା

66e6b412337ed-delhi-chief-minister-arvind-kejriwal-151648889-16x9

ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କେବେ ସରକାରୀ ଆବାସ ଛାଡ଼ିବେ ସେ ନେଇ ଘୋଷଣା କରିଛନ୍ତି ।କେଜ୍ରିୱାଲ ଗତକାଲି ଜନ୍ତର ମନ୍ତରରେ ଏକ ସଭାକୁ ସମ୍ବୋଧନ କରି କହିଛନ୍ତି, ନବରାତ୍ରୀରେ ହିଁ ମୁଁ ନିଜ ସରକାରୀ ଘର ଖାଲି କରିଦେବି। ଏହାପରେ ମୁଁ ଆପଣମାନଙ୍କ ଆପଣମାନଙ୍କ ସହ ରହିବି ।ଆପଣଙ୍କ ସମସ୍ୟାର ସମାଧାନ କରିବି ।

ଦିଲ୍ଲୀରେ ହେବାକୁ ଥିବା ନିର୍ବାଚନ ମୋ’ ପାଇଁ ଅଗ୍ନି ପରୀକ୍ଷା ସଦୃଶ। ଯଦି ଆପଣମାନେ ଭାବୁଛନ୍ତି ମୁଁ କିଛି କାମ କରିଛି, ସଚ୍ଚୋଟ ଅଛି ତା’ ହେଲେ ଆପଣମାନେ ପୁଣି ଥରେ ଆମକୁ ଜିତାଇବେ ବୋଲି ମୁଁ ଆଶା କରୁଛି।ଆହୁରି ମଧ୍ୟ କେଜ୍ରିୱାଲ କହିଛନ୍ତି, ଗତ ୧୦ ବର୍ଷ ହେଲା ଅତି ସଚ୍ଚୋଟତାର ସହ ମୁଁ ଦିଲ୍ଲୀବାସୀଙ୍କ ସେବା କରି ଆସିଛି।

ବିଜେପି ଯେତେବେଳେ ନିର୍ବାଚନ ଜିତି ପାରିବନି ବୋଲି ଭାବିଲା, ସେତେବେଳେ ଷଡଯନ୍ତ୍ର କରି ଆମର ଜଣକ ପରେ ଜଣେ ନେତାଙ୍କୁ ଜେଲ୍‌ରେ ପୂରାଇଲା। । ମୋତେ କ୍ଷମତା, ଟଙ୍କାର ଲୋଭ ନାହିଁ। ହେଲେ ମୁଁ ଇଜ୍ଜତର ସହ ବଞ୍ଚିବାକୁ ଚାହୁଁଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ବୋଲି ସ୍ପଷ୍ଟ କହିଛନ୍ତି କେଜ୍ରିୱାଲ ।

Exit mobile version