
ଆଜି ସରକାରୀ ବାସଭବନ ଛାଡ଼ିବେ ଅରବିନ୍ଦ କେଜ୍ରିୱାଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମୁଖ୍ୟମନ୍ତ୍ରୀ କ୍ୱାର୍ଟର୍ସ ଖାଲି କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସରକାରୀ ବାସଭବନ ଛାଡ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ଯେଉଁ ସରକାରୀ ସୁବିଧା ମିଳୁଥିଲା ଏବେ ସବୁକୁ ଛାଡ଼ିବାକୁ ଯାଉଛନ୍ତି। ପରିବାର ସହ ଫେରୋଜଶାହ ରୋଡକୁ ସ୍ଥାନାନ୍ତର ହେବେ। ଆସବାବପତ୍ର ସ୍ଥାନ୍ତାନ୍ତର ପାଇଁ ଦୁଇଟି ମିନି ଟ୍ରକ ପହଞ୍ଚିଛି। ପରିବାର ସହ ଫେରୋଜଶାହ ରୋଡକୁ ସ୍ଥାନାନ୍ତର ହେବେ।
ଏହି ପ୍ରରିପେକ୍ଷୀରେ ଦଳର ନେତା, କାଉନସିଲର, ବିଧାୟକ ଓ ସାଂସଦମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସେମାନଙ୍କ ଘର ଅଫର କରିଥିଲେ, କିନ୍ତୁ ଅରବିନ୍ଦ କେଜ୍ରିୱାଲ ଅଶୋକ ମିତ୍ତଲଙ୍କ ଘରେ ରହିବେ ବୋଲି ସୂଚନା ମିଳିଛି। ଅଶୋକ ମିତ୍ତଲଙ୍କ ଘର ୫ ଫିରୋଜଶାହା ରୋଡରେ ଅବସ୍ଥିତ। କେଜ୍ରିଓ୍ବାଲ ନୂଆଦିଲ୍ଲୀରୁ ତାଙ୍କ ବିଧାନସଭା ଏବଂ ଦିଲ୍ଲୀ ନିର୍ବାଚନ ପ୍ରଚାରର ତଦାରଖ କରିବେ।