ଭୁବନେଶ୍ଵର: ବିଧାନସଭାରେ ଓଡ଼ିଆ ଅସ୍ମିତା ଝଡ । ବିରୋଧୀ ଦଳର ବିଧାୟକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ମୁହାଁମୁହିଁ । ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଅସ୍ମିତାର ଅର୍ଥ ବୁଝାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ କରି ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ସେପଟେ କିନ୍ତୁ ସୂର୍ଯ୍ୟବଂଶୀ ସୂରଜଙ୍କ ‘ଅସ୍ମିତା’ ଉତ୍ତର ଅଧା, ଏହା ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ । ଉତ୍ତରରେ ଓଡ଼ିଆ ଅସ୍ମିତାର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି ବୋଲି କହି ପୂର୍ବ ସରକାରର ଗୋହି ଖୋଳିଛନ୍ତି ସୂର୍ଯ୍ୟବଂଶୀ । ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ ବିଜେଡି ଯାଇଛି ।
ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି । ଓଡ଼ିଆ ଅସ୍ମିତା ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ । ଏହା ପ୍ରତ୍ୟେକଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ । ତେଣୁ ଓଡ଼ିଆ ଅସ୍ମିତାକୁ କେବେ ବି ରାଜନୈତିକ ଅସ୍ତ୍ର ଭାବେ ଦେଖିବା ଉଚିତ୍ ନୁହେଁ । ଆମ ଅସ୍ତିତ୍ବର ଭାବରୁ ପ୍ରଦର୍ଶିତ କରିବା ହେଉଛି ଅସ୍ମିତା । ଏପରି ଓଡ଼ିଆ ଅସ୍ମିତାର ଅର୍ଥକୁ ସରଳ ଭାବେ ବୁଝାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। । ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, ଓଡ଼ିଆ ଅସ୍ମିତାର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି ବୋଲି କହି ପୂର୍ବ ସରକାରର ଗୋହି ଖୋଳିଛନ୍ତି । ଅର୍ଥାତ୍ ସଂସ୍କୃତିମନ୍ତ୍ରୀ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଅହଙ୍କାର ଯୋଗୁଁ ବିଜେଡି ଗଲା । ଏହା ମଧ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ ବିଜେଡି ଯାଇଛି । ତେବେ ଆମେ ଓଡ଼ିଆ ଅସ୍ମିତାକୁ ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି । ଓଡ଼ିଆ ଅସ୍ମିତା ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ । ଏହା ପ୍ରତ୍ୟେକଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ । ତେଣୁ ଓଡ଼ିଆ ଅସ୍ମିତାକୁ କେବେ ବି ରାଜନୈତିକ ଅସ୍ତ୍ର ଭାବେ ଦେଖିବା ଉଚିତ୍ ନୁହେଁ । ଆମ ଅସ୍ତିତ୍ବର ଭାବରୁ ପ୍ରଦର୍ଶିତ କରିବା ହେଉଛି ଅସ୍ମିତା । ଏପରି ଓଡ଼ିଆ ଅସ୍ମିତାର ଅର୍ଥକୁ ସରଳ ଭାବେ ବୁଝାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ।