Site icon UTKAL PRATIDIN

ଗିରଫ ହେଲେ ଓଏସ୍ଆରଟିସି ସିଏଓ,ଆୟ ବହିର୍ଭୂତ ସମ୍ପତ୍ତି ପଡିଲା ମାହାଙ୍ଗା

vig-1

OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କୁ ବାନ୍ଧିଲା ଭିଜିଲାନ୍ସ ।ଆୟ ବହିର୍ଭୁତ ସମ୍ପତି ଠୁଳ ଅଭଯୋଗରେ ଭିଜିଲାନ୍ସ ରେଡ କରିଥିବାବେଳେ ଆଜି ଗିରଫ କରାଯାଇଛି ।ରେଡ୍ ବେଳେ ଭୁବନେଶ୍ବରରେ ୨ଟି ଫ୍ଲାଟ୍‌ ଓ ୨ଟି ପ୍ଲଟ୍‌ ମିଳିଛି। ମଙ୍ଗରାଜଙ୍କ କେରଳରେ ୨ ମହଲା କୋଠା, ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୫୦୦ ଗ୍ରାମ ସୁନା, ୨ଟି ଚାରିଚକିଆ ଯାନ, ୧୭.୭୦ ଲକ୍ଷ ଟଙ୍କାର ସାମଗ୍ରୀ ଠାବ ହୋଇଛି।

ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘର ସମେତ ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀ, ମୟୂରଭଞ୍ଜ ଷ୍ଟେସନ ରୋଡ୍‌ର ଭୂଇଁଆ ନିବାସରେ ଭିଜିଲାନ୍ସ ଚଢ଼ାଉ କରିଥିଲା।

Exit mobile version