Site icon UTKAL PRATIDIN

ୱାୟନାଡରେ ଭୟଙ୍କର ଭୂସ୍ଖଳନ,୪୫ମୃତ

images (1)


କେରଳ ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ହୋଇଛି ।ଏଥିରେ ୪୫ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୫୦ରୁ ଅଧିକ ଲୋକଙ୍କୁ ଉଦ୍ଧର କରାଯାଇଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଛି । ଏହି ଭୂସ୍ଖଳନ ରେ ଫସିଥିବା ଲୋକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ୩ଟି ଟିମ ନିୟୋଜିତ ହୋଇଛନ୍ତି ନିୟୋଜିତ ।

ଏହି ଭୂସ୍ଖଳନ ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହ ଫୋନ୍ ଯୋଗେ କଥା ହୋଇ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିପର୍ଯୟ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ବିଭାଗ ଏକ କଣ୍ଟ୍ରୋଲ ରୁମ୍‌ ଖୋଲି ହେଲ୍‌ପ ଲାଇନ୍‌ ନମ୍ବର ଜାରି କରିଛି। 9656938689 ଏବଂ ୮୦୮୬୦୧୦୮୩୩ଏହି ଦୁଇଟି ନମ୍ବର ମାଧ୍ୟମରେ ବ୍ୟକ୍ତିଙ୍କ ସହ ଅଧିକ ଯୋଗାଯୋଗ କରିପାରିବେ ।

Exit mobile version