
ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି ।ଏହି ପ୍ରାକୃତିକ ବିପର୍ଯୟରେ ଚାଲିଗଲାଣି ୯୩ ଜୀବନ ।ଏହି ସଂଖ୍ୟା କମିବାର ନା ଧରୁନି ।ଏହି ମୃତ୍ୟୁ ସଂଖ୍ୟା ଦେଶର ଛାତି ଥରାଇ ଦେଇଛି ।୯୩ଜଣଙ୍କର ଜୀବନ ଚାଲିଯାଇଥିଲେ ମଧ୍ୟ ଏବେବି ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଯାଇଥିବା ଅନୁମାନ କରାଯାଉଛି ।ମାଟି ତଳୁ ଗଛର ଚେର ବଦଳରେ ମିଳୁଛି ମୃତଦେହ, ଶୁଭାଯାଉଛି ମାଟିତଳେ ଚାପି ରହିଥିବା ଲୋକଙ୍କ କରୁଣା ଚିତ୍କାର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।
ସେପଟେ କେରଳ ସରକାର ମୃତ ବ୍ୟକ୍ତିଙ୍କ ପାଇଁ ଦୁଇଦିନ ଶୋକ ଘୋଷଣା କରିଛନ୍ତି ।ମାଟି ତଳେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଚାଲି ରହିଛି ।ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍,ସେନା ଯବାନ ସମେତ ଅଗ୍ନିଶମ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଡ୍ରୋନ ପୁଲିସ ଏବଂ କୁକୁର ଦଳକୁ ମଧ୍ୟ ବ୍ୟବହାର କରାଯାଇଛି ।ଉଦ୍ଧାର କାର୍ଯ୍ୟରେ MI-17 ଏବଂ ALH ପରି ଶକ୍ତିଶାଳୀ ହେଲିକପ୍ଟର ବ୍ୟବହାର କରାଯାଉଛି।୨୦୨୪ର ଏହି ଭୂସ୍ଖଳନ କେରଳ ପାଇଁ ସବୁଠାରୁ ବଡ ପ୍ରାକୃତିକ ବିପର୍ଯୟ ବୋଲି ସାବ୍ୟସ୍ତ ହୋଇଛି ।