Site icon UTKAL PRATIDIN

ଷ୍ଟେଜ୍ ଉପରେ ଭିଡିଓ କଲ୍, କାହା ସହ କଥା ହେଲେ ଅରିଜିତ?

Capture

ମୁମ୍ବାଇ: ‘କେସରିଆ’, ‘ସତରଙ୍ଗା’, ‘ଏ ଦିଲ ହେ ମୁସକିଲ’ ଏବଂ ‘ଚନ୍ନା ମେରେୟା’ ଭଳି ଅଗଣିତ ଗୀତରେ ସ୍ୱର ଦେଇଥିବା ଗାୟକ ଅରିଜିତ ସିଂ ଆଜି ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ତାଙ୍କୁ ବଲିଉଡର ଶ୍ରେଷ୍ଠ ଗାୟକ ବା ସଙ୍ଗୀତ ଦୁନିଆର ବାଦଶାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅରିଜିତଙ୍କ ଫ୍ୟାନ୍ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ରହିଛନ୍ତି । ଅରଜିତ ସିଂ ଆଜି ତାଙ୍କର କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ତେବେ ନିକଟରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଲାଇଭ୍ କନସର୍ଟ ଚାଲିଥିବା ବେଳେ ଅଚାନକ ଫୋନରେ କାହା ସହ ଭିଡିଓ କଲରେ କଥା ହେଉଛନ୍ତି ଅରିଜିତ ସିଂ । କଥା ହେବା ସମୟରେ ସେ କିଛି ସମୟ ପାଇଁ ଗୀତ ଗାଇବା ମଧ୍ୟ ବନ୍ଦ କରିଦେଥିଲେ । ଯାହାକୁ ନେଇ ଦର୍ଶକ ସାମାନ୍ୟ ଦ୍ଵନ୍ଦରେ ପଡିଯାଇଥିଲେ ଯେ ଅରିଜିତ କାହା ସହ ଭିଡିଓ କଲରେ କଥା ହେଉଛନ୍ତି । ଠିକ୍ ଏତିକି ବେଳେ ଅରିଜିତ ଫୋନ ବୁଲାଇ ଦର୍ଶକଙ୍କୁ ଭିଡିଓ କଲରେ ଥିବା ବ୍ୟକ୍ତିଣକୁ ଦେଖାଇଲେ । ଯାହାକୁ ଦେଖି ଦର୍ଶକମାନେ ଅରିଜିତଙ୍କ ଖୁବ୍ ପ୍ରଶଂସା କରିବାକୁ ଲାଗିଗଲେ । ବାସ୍ତବରେ ଭିଡିଓ କଲରେ ଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହେଁ ବରଂ ଅରିଜିତଙ୍କ ବାପା ଥିଲେ ।

ବାସ୍ତବରେ ଗତ ରବିବାର ଚଣ୍ଡିଗଡ଼ରେ ଅରିଜିତ ସିଂହଙ୍କ କନସର୍ଟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସେ “ଓ ସଜନୀ ରେ” ଗୀତ ପରିବେଷଣ କରୁଥିଲେ। ଠିକ ସେତିକି ବେଳେ ତାଙ୍କ ବାପା ଭିଡିଓ କଲ୍ କରିଥିଲେ । ବାପାଙ୍କ ସହ ଭିଡିଓ କଲରେ କଥା ହେବା ପାଇଁ କିଛି ସମୟ ପାଇଁ ଷ୍ଟେଜ ଉପରେ ଗୀତ ଗାଇବା ବନ୍ଦ କରିଥିଲେ ଗାୟକ । ଆଉ କଥା ହୋଇ ସରିବା ପରେ, ଅରିଜିତ ପ୍ରଶଂସକମାନଙ୍କୁ କହିଥିଲେ ଯେ ତାଙ୍କ ବାପା ତାଙ୍କୁ ଫୋନ୍ କରିଥିଲେ। ଅରିଜିତଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି- ତୁମେ ମୋ ହୃଦୟ ଜିତି ନେଲ । ଅନେକ ପ୍ରଶଂସକ ଭିଡିଓରେ ହୃଦୟ ଇମୋଜି ମଧ୍ୟ ପୋଷ୍ଟ କରିବା ସହ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଲାଇକ୍ କରିଛନ୍ତି।

Exit mobile version