Site icon UTKAL PRATIDIN

ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି ? ତେବେ ମାନନ୍ତୁ ଏହି ନିୟମ

shivlinggg

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୨୬ରେ ପଡୁଛି ମହାଶିବରାତ୍ରୀ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ଦିନ ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଶୈବ ପୀଠରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଏ । ଭକ୍ତମାନେ ଦିନ ସାରା ଉପବାସ କରି ରାତିରେ ଜାଗର ଦୀପ ଜାଣିଥାଆନ୍ତି । ବିଶ୍ଵାସ କରାଯାଏ ଯେ, ଭଗବାନ ଶିବଙ୍କୁ ଅତି ନିଷ୍ଠା ଓ ସହୃଦୟରେ ପୂଜା କଲେ ମହାଦେବ ସମସ୍ତଙ୍କ ମନବାଞ୍ଛା ପୁରଣ କରିଥାଆନ୍ତି । ଲୋମମାନେ ବିଭିନ୍ନ ମାନସିକ ରଖି ମହାଶିବରାତ୍ରୀ ପୂଜା କରିଥାଆନ୍ତି । ତେବେ ମହାଶିବରାତ୍ରି ହେଉ କିମ୍ବା ସୋମବାର, ସାଧାରଣତଃ ଦେବ ଦେବ ମହାଦେବଙ୍କୁ ବେଲପତ୍ର ପ୍ରଦାନ କରାଯାଇଥାଏ। ସେଥିପାଇଁ ଭକ୍ତମାନେ ସକାଳୁ ସକାଳୁ ବେଲଗଛରୁ ଏହି ପତ୍ର ତୋଳିଥାନ୍ତି। ହେଲେ ଅନେକ ଜାଣନ୍ତି ନାହିଁ ଯେ, ବେଲପତ୍ର ତୋଳିବା ବେଳେ ତାହାର କିଛି ନୀତି ନିୟମ ରହିଛି।

ବେଲପତ୍ର ତୋଳିବା ନିୟମ

ବେଲପତ୍ର ତୋଳିବା ପରେ ଆମେ ଗଛକୁ ମୁଣ୍ଡ ନୁଆଁଇ କ୍ଷମାପ୍ରାର୍ଥନା କରିବାର ଆବଶ୍ୟକ। କାରଣ ଗଛରର ଶରୀରରୁ ଯେତେବେଳେ ଗୋଟିଏ ପାଖୁଡା ଛିଣ୍ଡାଉଛନ୍ତି ତାହା ଗଛକୁ କଷ୍ଟ ଦେଇଥାଏ। ଏଥିସହିତ ଗଛକୁ ମନେ ମନେ ଧନ୍ୟବାଦ ଦେବା ଉଚିତ। ଯେତେଥର ତୋଳିବେ ସେତେଥର ମୁଣ୍ଡ ନୁଆଁଇ ଗଛକୁ ସମ୍ମାନ ଦେବା ଆବଶ୍ୟକ।

ସେହିପରି ବେଲପତ୍ର ତୋଳିବା ସମୟରେ ଭଗବାନ ଶିବଙ୍କୁ ସ୍ମରଣ କରି ତୋଳିବା ଉଚିତ। ମନେ ରଖନ୍ତୁ ବେଲପତ୍ର ତୋଳିବା ବେଳେ ପୁରା ଡାଳକୁ ଭିଡିବା ଅନୁଚିତ। ଅନେକ ଉପରୁ ଭଲ ପତ୍ର ତୋଳିବା ପାଇଁ ପୁରା ଡାଳଟିକୁ ତଳକୁ ଟାଣି ଆଣନ୍ତି। ଏପରି କରିବା ଅନୁଚିତ।

Exit mobile version