Site icon UTKAL PRATIDIN

ଆହୁରି ସହଜ ହେଲା ଟ୍ରେନ ଟିକେଟ୍ ବୁକିଂ, ତତ୍କାଳରେ ମିଳିବ ଏହି ସୁବିଧା

TRAIN-750x430

ନୂଆଦିଲ୍ଲୀ: ଭାରତୀୟ ରେଳ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥାଏ। ହେଲେ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା କେବେ ବି କମିନଥାଏ । ଅଧିକାଂଶ ରେଳ ମାର୍ଗରେ ନିଶ୍ଚିତ ହୋଇଥିବା ଟିକେଟ୍ ପାଇଁ ସର୍ବଦା ଛକାପଞ୍ଝା ଲାଗି ରହିଥାଏ। ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ନିଶ୍ଚିତ ଟ୍ରେନ୍ ଟିକେଟ ବୁକ୍ କରିବା ପାଇଁ ତତ୍କାଳ ବୁକିଂ କରିବାକୁ ପଡିଥାଏ। ହେଲେ ତତ୍କାଳ ଟିକେଟ ବୁକିଂ କରିବା ଏତେ ସହଜ ନୁହେଁ। ଟିକେଟ୍ ବୁକିଂ ଲାଗି ରହିଥିବା ପ୍ରକ୍ରିୟା ପୂରଣ କରୁ କରୁ ସମସ୍ତ ସିଟ୍ ସଂରକ୍ଷିତ ହୋଇଯାଇଥାଏ। ତତ୍କାଳ ଟିକେଟ ଚାହିଦା ସବୁବେଳେ ଅଧିକ ରହିଥାଏ। ଏହି କାରଣରୁ ଟିକେଟ ବୁକ କରିବାରେ କଷ୍ଟ ହୋଇଥାଏ । IRCTC ଏହାର ମୁଖ୍ୟ ଷ୍ଟେସନରୁ ଟ୍ରେନ୍ ଯାତ୍ରା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଟିକେଟ୍ ପାଇଁ ବୁକିଂ ୱିଣ୍ଡୋ ଖୋଲିଥାଏ। ବୁକିଂ ୱିଣ୍ଡୋ ଖୋଲିବା ମାତ୍ରେ ବହୁ ସଂଖ୍ୟକ ଲୋକ ଟିକେଟ୍ ବୁକିଂ ପାଇଁ ଆସିଥାନ୍ତି।

ଟିକେଟ ବୁକିଂକୁ ସୁବ୍ୟବସ୍ଥିତ କରିବା ଏବଂ ଅପବ୍ୟବହାରରୁ ରୋକିବା ପାଇଁ, ଭାରତୀୟ ରେଳବାଇ ଏପ୍ରିଲ ୧୫ ତାରିଖରୁ ତତ୍କାଳ ଟିକେଟ୍ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି। ବିଶେଷକରି ଭିଡ଼ ସମୟରେ ନୂତନ ନିୟମଗୁଡ଼ିକୁ ଅଣାଯାଇଛି । ବୁକିଂ ସମୟ ଠାରୁ ଆରମ୍ଭ କରି କଠୋର କଟକଣା ପର୍ଯ୍ୟନ୍ତ, ଭିଡ଼ କମ କରିବା ଏବଂ ପ୍ରକୃତ ଯାତ୍ରୀଙ୍କ ପାଇଁ ସୁବିଧାକୁ ଉନ୍ନତ କରିବା ଲକ୍ଷ୍ୟ ରଖାଯାଇଛି ।

ତତ୍କାଳ ଟିକେଟ୍ ବୁକିଂକୁ ଆହୁରି ସରଳ କରିଛି ରେଳବାଇ । ଏଣିକି ଏସି କ୍ଲାସ ବୁକିଂ ସକାଳ ୧୦:୧୦ରୁ ଆରମ୍ଭ ହେବ । ସେହିପରି ସ୍ଲିପର କ୍ଲାସ ବୁକିଂ ସକାଳ ୧୧.୧୦ ମିନିଟ୍‌ରୁ ଆରମ୍ଭ କରାଯିବ । ପୂର୍ବରୁ ଏସି ଏବଂ ସ୍ଲିପର ମଧ୍ୟରେ ୩୦ ମିନିଟ୍ ବ୍ୟବଧାନ ଥିଲା । ଯାହାକୁ ଏବେ ୧୦ ମିନିଟ୍‌କୁ କମାଇ ଦିଆଯାଇଛି । ଫଳରେ ଟିକେଟି ବୁକିଂ ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନେ ଆଶ୍ୱସ୍ତ ହେବେ । ନୂତନ ନିୟମ ଅନୁସାରେ ଟିକେଟ୍‌ ବୁକିଂ ପାଇଁ OTP ଏବଂ କ୍ୟାପ୍ଚାକୁ ଏବେ ବାଧ୍ୟତାମୂଳକ କରାଯାଇଛି । ଫଳରେ ଟିକେଟ୍‌ ପୂର୍ବରୁ ଆପଣଙ୍କ ମୋବାଇଲକୁ ଆସୁଥିବା ଓଟିପି ଦେବାକୁ ପଡ଼ିବ । ସେହିପରି କ୍ୟାପ୍ଚା ମଧ୍ୟ ଆପଣ ଦେବେ ।

ତତ୍କାଳ ଟିକେଟ୍ କିପରି ବୁକ୍ କରିବେ

IRCTC ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ଉଭୟରେ ବୁକିଂ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି । ପ୍ରଥମେ (www.irctc.co.in) ନଚେତ୍ (http://www.irctc.co.in) ୱେବସାଇଟ୍ କିମ୍ବା IRCTC ଆପ୍ ଖୋଲନ୍ତୁ। ଏହାପରେ ଆପଣଙ୍କର ଟ୍ରେନ୍ ଏବଂ ପସନ୍ଦିତ ଶ୍ରେଣୀ (ଏସି କିମ୍ବା ନନ -ଏସି) ଚୟନ କରନ୍ତୁ। ପରେ “ତତ୍କାଳ” କୋଟା ବାଛନ୍ତୁ । ଏବେ ଯାତ୍ରୀଙ୍କ ବିବରଣୀ ଏବଂ ବୈଧ ପରିଚୟ ପତ୍ର ନମ୍ବର ଲେଖନ୍ତୁ। ଶେଷରେ ବୁକିଂ ସୁନିଶ୍ଚିତ କରିବା ପାଇଁ ପେମେଣ୍ଟ କରନ୍ତୁ ।

କଣ ରହିଛି ନୂଆ ନିୟମ ?

ପଞ୍ଜିକୃତ ବ୍ୟବହାରକାରୀଙ୍କ ପାଇଁ ଯାତ୍ରୀ ବିବରଣୀ ସ୍ୱୟଂ-ପୂରଣିତ ହେବ। ପେମେଣ୍ଟ ସମୟସୀମା ୩ ମିନିଟରୁ ୫ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସ୍ପିଡ଼ ବୁକିଂ ପାଇଁ କ୍ୟାପଚା ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି । ଆପ୍ ଏବଂ ୱେବସାଇଟରେ ଯୁନିଫାଇଡ଼ ଲଗଇନ୍ ହେବ। କେବଳ ୪ ଜଣ ଯାତ୍ରୀ ପାଇଁ ତତ୍କାଳ PNR । ତତ୍କାଳ କୋଟା ଅଧୀନରେ କୌଣସି ଭଡ଼ା ରିହାତି ଅନୁମତି ନାହିଁ । ଯାତ୍ରା ସମୟରେ ବୈଧ ପରିଚୟ ପତ୍ର ବହନ କରନ୍ତୁ । ଏହି ପରିବର୍ତ୍ତନଗୁଡ଼ିକ ଶେଷ ମୁହୂର୍ତ୍ତର ଯାତ୍ରା ଯୋଜନାକୁ ଅଧିକ ସହଜ ଏବଂ ସ୍ୱଚ୍ଛ କରିବା ପାଇଁ ଉଲେଖ କରାଯାଇଛି । ବିଶେଷକରି ଯେଉଁମାନେ ଜରୁରୀ ଯାତ୍ରା ପାଇଁ ତତ୍କାଳ ଉପରେ ନିର୍ଭର କରନ୍ତି ।

Exit mobile version