
ଗିରଫ ହେଲେ ଦିଲ୍ଲୀର ଆପ୍ ବିଧାୟକ ଅମାନତୁଲ୍ଲା ଖାନ ।ଇଡି ୬ ଘଣ୍ଟା ଜେରା କରିବା ପରେ ତାଙ୍କୁ ଗିରଫ କରିଛି । ଆଜି ସକାଳ ପ୍ରାୟ ୭ଟାରେ ଇଡି ଟିମ୍ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା। ହେଲେ ସେ ୨ ଘଣ୍ଟା ପର୍ଯ୍ୟନ୍ତ ଘରର କବାଟ ଖୋଲି ନଥିଲେ। ଇଡି ବାହାରେ ଠିଆ ହୋଇ ରହିଥିଲା। ଅମାନତୁଲ୍ଲା କବାଟ ଖୋଲିବା ପରେ ଇଡି ଟିମ୍ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।
ଅମାନତୁଲ୍ଲା ଖାନ୍ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଇଡି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟ ରେ ଲେଖିଥିଲେ ଯେ ତାଙ୍କୁ ଏବଂ ଆପ୍ ନେତାଙ୍କୁ ହଇରାଣ କରିବା ପାଇଁ ସମସ୍ତ ପ୍ରୟାସ ହେଉଛି। ମିଥ୍ୟା ମାମଲାରେ ଫସାଯାଉଛି। ସେମାନଙ୍କର ଲକ୍ଷ୍ୟ ହେଉଛି ଆମ ଦଳକୁ ଭାଙ୍ଗିବା। ସଚ୍ଚୋଟ ଭାବରେ ଲୋକଙ୍କ ସେବା କରିବା କ’ଣ ଅପରାଧ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।ଏମିତିକା ଏକଛତ୍ରବାଦୀ ଶାସନ ଆଉ କେତେଦିନ ଚାଲିବ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।