ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ ରାକ୍ଷୀ । ଭଉଣୀଟିଏ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ । ଦୀର୍ଘ ଜୀବନ କାମନା କରେ । ନିଜ ଭାଇକୁ ନେଇ ମନରେ ଖୁସି ଅନୁଭବ କରେ, ଗର୍ବ କରେ ।ଆଉ ବଦଳରେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦିଏ । ତା ସହ ସବୁବେଳେ ଛିଡ଼ା ହେବାକୁ ପଣ କରେ । ଭାଇ ଓ ଭଉଣୀର ଅନାବିଳ ଭଲପାଇବା ଓ ସ୍ନେହର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା । ଶ୍ରାବଣ ପୂର୍ଣ୍ଣିମାରେ ସାରାଦେଶରେ ରାକ୍ଷୀ ପର୍ଣ୍ଣିମା ପାଳିତ ହୁଏ । ସାଧାରଣ ଭାବେ ହିନ୍ଦୁ ଧର୍ମାବଲମ୍ବୀ ପରିବାରେ ଏହି ପ୍ରଥା ପାଳିତ ହୁଏ । ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ ଏହା ଭାଇ ଭଉଣୀର ପବିତ୍ର ସମ୍ପର୍କର ମୁକ ସାକ୍ଷୀ। ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ। ଯାହାକୁ ସାରା ଦେଶରେ ବଡ ଧୁମଧାମ ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ସହ ଭଉଣୀ ଭାଇର ମଙ୍ଗଳ ମନାସି ଥାଏ । ବର୍ଷକୁ ଠାରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭାଇ ଚାହିଁ ବସିଥାଏ ।ଭାଇ ମଧ୍ୟ ଭଉଣୀ କି ସାରା ଜୀବନ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥାଏ । କେବଳ ମନୁଷ୍ୟ ନୁହେଁ ଭଗବାନ ମଧ୍ୟ ରାକ୍ଷୀପୂର୍ଣିମାକୁ ବହୁ ପୁରାତନ କାଳରୁ ପାଳନ କରି ଆସୁଛନ୍ତି । ମହାଭାରତରେ ଦ୍ରୌପଦୀ ମଧ୍ୟ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।ଠିକ ସେହିପରି ଭଉଣୀ ସୁଭଦ୍ରା ମଧ୍ୟ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି ।ଶ୍ରବଣ ପୁର୍ଣିମା ବା ଗମ୍ହା ପୂର୍ଣ୍ଣିମାକୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବରେ ମଧ୍ୟ ପାଳନ କରାଯାଏ ।ଏହି ଦିନରେ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ । କେବଳ ଭାରତ ନୁହେଁ ଭାରତ ବ୍ୟତୀତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ରାକ୍ଷୀ ପାଳନ ହୋଇଥାଏ ।ଭାରତ ବ୍ୟତୀତ ନେପାଳ ପାକିସ୍ତାନ ମରିସସ ଦୁଇଟି ଦେଶ ଯେଉଁଠାରେ ହିନ୍ଦୁମାନେ ଏହି ଉତ୍ସବ ପାଳନ କରନ୍ତି ।ବିଦେଶରେ ରହୁଥିବା ପ୍ରବାସୀ ମାନେ ମଧ୍ୟ ରାକ୍ଷୀପୂର୍ଣିମାକୁ ବେଶ ଧୁମଧାମର ସହ ପାଳନ କରନ୍ତି ।
ଭାରତ ବ୍ୟତୀତ ଅଲଗା କେଉଁ ଦେଶରେ ପାଳନ କରନ୍ତି ରାକ୍ଷୀ?
