Site icon UTKAL PRATIDIN

ବଲିଉଡକୁ ବାଏ ବାଏ କହିଲେ ଅନୁରାଗ କଶ୍ୟପ

Capture

ମୁମ୍ବାଇ: ‘ଗ୍ୟାଙ୍ଗସ ଅଫ ବାସେପୁର’, ‘ବ୍ଲାକ ଫ୍ରାଇଡେ’ ଓ ‘ଦେବ-ଡି’ ପରି ଶାନଦାର ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବେ ବଲିଉଡକୁ ବାଏ ବାଏ କରି ଦେଇଛନ୍ତି । ମୁମ୍ବାଇ ଛାଡିଛନ୍ତି ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ଫିଲ୍ମ ଇଣ୍ଡଷ୍ଟ୍ରିର ଟକ୍ସିକ ମାହୋଲରୁ ବିରକ୍ତ ହୋଇ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଛନ୍ତି ଅନୁରାଗ ।

ଅନୁରାଗ ନିଜର ଫିଲ୍ମରେ କ୍ରାଇମ ଓ ଲଷ୍ଟ ଲଭ ଷ୍ଟୋରିଜର କକଟେଲ ପରିଷିବା ପାଇଁ ବିଖ୍ୟାତ। ଏହା ମଧ୍ୟରେ ଅନୁରାଗ ଏକ ନୂଆ ବର୍ଗର ଦର୍ଶକ ସନ୍ଧାନ କରିଛନ୍ତି । ଏବେ ହିନ୍ଦି ଦର୍ଶକଙ୍କୁ ସେପରି ସିନେମା ଆଉ ଦେଖିବାକୁ ମିଳିବ ନାହିଁ। ବଲିଉଡକୁ ଅଲବିଦା କହିବା ପୂର୍ବରୁ ସେ ହିନ୍ଦି ଫିଲ୍ମ  ଇଣ୍ଡଷ୍ଟ୍ରିକୁ ଟକ୍ସିକ ବୋଲି କହି ସାରିଛନ୍ତି। ଆଜିର ସମୟରେ ବଲିଉଡରେ କ୍ରିଏଟିଭିଟିକୁ ଗୁରୁତ୍ବ ଦିଆଯାଉନାହଁ ବୋଲି ସେ କହିଛନ୍ତି। ସମସ୍ତେ ଅର୍ଥ ପଛରେ ପାଗଳ ହୋଇଯାଇଛନ୍ତି । କେହି ସିନେମା ନିର୍ମାଣ କରିବାକୁ ଚାହୁଁ ନାହାନ୍ତି । ଏବେ ବଲିଉଡରେ ସମସ୍ତେ ୮୦୦ କୋଟି ଟଙ୍କା ଆୟ କରୁଥିବା ଫିଲ୍ମ ତିଆରି କରିବା ପଛରେ ଦୌଡୁଛନ୍ତି। ଯାହାଫଳରେ କ୍ରିଏଟିଭିଟି ନଷ୍ଟ ହେଉଛି ଏବଂ ଇଣ୍ଡଷ୍ଟ୍ରି ଟକ୍ସିକ ହୋଇଗଲାଣି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଏକ ସାକ୍ଷାତକାରରେ ଅନୁରାଗ କହିଥିଲେ ଯେ, ‘ସିନେମା ତିଆରି କରିବା ପାଇଁ ମୋ ଭିତରେ ଥିବା ଉତ୍ସାହ ଶେଷ ହୋଇଯାଇଛି। ଆଜିକା ସମୟରେ ମୁଁ ବାହାରକୁ ଯାଇ କୌଣସି ନୂଆ ସିନେମା ତିଆରି କରି ପାରିବି ନାହିଁ। କାରଣ ଏବେ ସବୁକିଛି ଟଙ୍କା ଉପରେ ନିର୍ଭର କରୁଛି। ଯଦ୍ବାରା ମୋର ପ୍ରଯୋଜକ କେବଳ ଲାଭ ଦେଖୁଛନ୍ତି। ସିନେମା ଆରମ୍ଭ ହେବାପୂର୍ବରୁ ସମସ୍ତେ ଏହା ଭାବୁଛନ୍ତି କି ଏହାକୁ କେମିତି ବିକ୍ରି କରିବେ। ତେଣୁ ସିନେମା ତିଆରି କରିବାରେ ଯେଉଁ ଆଗ୍ରହ ଓ ଉତ୍ସାହ ଥିଲା ତାହା ଧୀରେଧୀରେ ମରିଗଲାଣି। ତେଣୁ ମୁଁ ମୁମ୍ବାଇ ଛାଡ଼ି ସାଉଥ ଚାଲିଯିବାକୁ ଚାହୁଁଛି। ମୁଁ ସେଠାକୁ ଯିବାକୁ ଚାହୁଁଛି ଯେଉଁଠାରେ କାମ କରିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ଭରି ରହିଛି। ମୁଁ ମୋର ଇଣ୍ଡଷ୍ଟ୍ରିର ଚିନ୍ତାଧାରାକୁ ନେଇ ନିରାଶ ହୋଇଯାଇଛି ଓ ଚିନ୍ତାରେ ପଡ଼ିଯାଇଛି ବୋଲି କହିଥିଲେ ଅନୁରାଗ । 

କହିରଖୁଛୁ ଯେ, ଅନୁରାଗ ଏବେ ମାଲାୟଲମ ଏବଂ ତାମିଲ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ସେ ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନେତା ଭାବରେ ମଧ୍ୟ କାମ କରିଛନ୍ତି। ଯେଉଁଥିରେ ତାଙ୍କୁ ପ୍ରାୟତଃ ନେଗେଟିଭ୍ ରୋଲରେ ଦେଖାଯାଇଛି।

Exit mobile version