Site icon UTKAL PRATIDIN

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ, ସାତ ଜନ୍ମର ସାଥି ହେବେ ଅନୁଭବ-ଜାଗୃତି

p1

ଭୁବନେଶ୍ଵର: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ, ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଲିଉଡ ସୁପରଷ୍ଟାରଙ୍କ ଦ୍ବିତୀୟ ଇନିଂସ । ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ହାତ ଧରି ସାତ ଜନ୍ମର ସାଥି ହେବାକୁ ପ୍ରସ୍ତୁତ ହେଉଛନ୍ତି ଓଲିଓଡ଼ ଅଭିନେତା ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ।

ଶୁକ୍ରବାର ରାଜ୍ୟ ବାହାରର କେଉଁ ଏକ ସ୍ଥାନରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି , ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ  ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଉଭୟ ପରିବାର ଓ କିଛି ଖାସ ଅତିଥିଙ୍କ ସହ ଓଡ଼ିଶା ବାହାରେ ଦୁହେଁ ବିବାହ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗୃତିଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । 

ମଧ୍ୟପ୍ରଦେଶ ଝିଅ ଜାଗୃତି ଶୁକ୍ଳାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ ହୋଇଛି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ ଦିନରୁ ବିଭନ୍ନ ଗଣମାଧ୍ୟମରେ ଅନୁଭବ- ଜାଗୃତିଙ୍କ ବିବାହ ପ୍ରସଙ୍ଗକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏ ବାବଦରେ ଉଭୟଙ୍କଠୁ ସିଧାସିଧା କୌଣସି ପ୍ରତିକ୍ରିୟା ଆସିନଥିଲା। ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟେ ନିଜ ସୋସିଆଲ ମିଡିଆରେ କୌଣସି ଫଟୋ କି ପୋଷ୍ଟ ସେୟାର କରିନାହାଁନ୍ତି ।

କହିରଖୁଛୁ ଯେ, ୨୦୧୪ ଫେବ୍ରୁଆରି ୮ରେ ବର୍ଷାଙ୍କ ସହ ତାଙ୍କର ବାହାଘର ହୋଇଥିଲା। ବିଭିନ୍ନ ସମସ୍ୟାରୁ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ୨୦୨୩ ଡିସେମ୍ବର ୨୧ରେ ହାଇକୋର୍ଟ ବିବାହ ବିଛେଦକୁ ଅନୁମତି ଦେଇଥିଲେ। ଏଡା ପୂର୍ବରୁ ଜାଗୃତିଙ୍କ ସହ ତାଙ୍କର ସମ୍ପର୍କକୁ ‌ନେଇ ଚର୍ଚ୍ଚା ହେବା ସହ ସେ ବାରମ୍ବାର ଓଡ଼ିଶା ଆସିଥିଲେ। ନିକଟରେ ଅନୁଭବଙ୍କ ଉପରେ ସେ ଲେଖିଥିବା ଜୀବନୀ ରିଲିଜ ହୋଇଥିଲା।

Exit mobile version