Site icon UTKAL PRATIDIN

ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍

Screenshot_20240120_164145_Google

ଭୁବନେଶ୍ବର: ଏଥର ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍ । ଏଣିକି ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଏନେଇ ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସମସ୍ତ ଡାକ୍ତରଖାନାରେ ଏହି ନିୟମ ପାଳନ କରିବା ଏବଂ ବାଧ୍ୟତାମୂଳକ ଅଭ୍ୟାସ କରିବାକୁ କହିଛି ମନ୍ତ୍ରାଳୟ । ଆଣ୍ଟିବାୟୋଟିକ୍‌ର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍‌ ଆଣିବା ପରେ ଆକ୍ସନ ମୁଡରେ ଏବେ ରାଜ୍ୟ ସରକାର ।

ଏହି ପରିପ୍ରେକ୍ଷୀରେ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍‌ ବିକ୍ରି କରି ପାରିବେନି। ଯଦି ବିକୁଥିବା ନେଇ ଧରାପଡ଼ନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ। ଏପରିକି ଦରକାର ପଡ଼ିଲେ, ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ବି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Exit mobile version