
ଦିନକୁ ଦିନ ମାଓବାଦୀଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ।କୋରାପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ଲମଥାପୁଟ ଏବଂ ବୈପାରିଗୁଡ଼ା ବ୍ଲକର ଅନେକ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି । ଗିର୍ଲ୍ଲାପୁଟ ବଜାର, ବିଜା ପଦର ଛକ, ଖେମା ବେଡା ମାର୍କେଟ ଛକରେ ପୋଷ୍ଟରକୁ ନେଇ ଚର୍ଚ୍ଚା ବଢିଛି।ମାଓ ବିରୋଧୀ ପୋଷ୍ଟର ଗୁଡ଼ିକରେ ଆଦିବାସୀ ସୁରକ୍ଷା ମଞ୍ଚ ଉଲ୍ଲେଖ ଥିବା ସୂଚନା ରହିଛି। ମାଓ ସମର୍ଥକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୋଷ୍ଟର ଲାଗିଥିବା ସୂଚନା ରହିଛି।