ଦିନକୁ ଦିନ କ୍ରମଶଃ ରେଳ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଆଜି ସକାଳୁ ପଶ୍ଚିମବଙ୍ଗ ଜଳପାଇଗୁଡିର ମୟନାଗୁଡି ଷ୍ଟେସନରେ ଘଟିଛି ଏକ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ ।ଗୁଡ୍ସ୍ ଟ୍ରେନ୍ର ୫ଟି ବଗି ଲାଇନଚ୍ୟୁତ ହୋଇଛି।ଆଜି ସକାଳ ସାଢ଼େ ୬ଟାରେ ଆଲିପୁରଦାର ଡିଭିଜନର ନୂଆ ମୟନାଗୁଡି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ର ୫ଟି ଓ୍ୱାଗନ୍ ଲାଇନ୍ଚ୍ୟୁତ ହୋଇଛି।
ଏହି କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ଟ୍ରେନ ଗୁଡିକ ଷ୍ଟେସନରେ ଅଟକି ରହିଛି। ସମସ୍ତ ଓ୍ୱାଗନ ଖାଲି ଥିଲା। ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳବାଇ ପୋଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି ।