ଯାଜପୁର GST ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ପ୍ରାୟ ୫.୮୫ ଲକ୍ଷ ରାଜସ୍ୱ ହେରଫେର କରିଥିବା ଜଣାପଡ଼ିଛି।
ଭୁବନେଶ୍ବର, ଖୋର୍ଦ୍ଧା ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନିରାକାରପୁରରେ ଏପର୍ଯ୍ୟନ୍ତ ଚଢ଼ାଉ ଚାଲିଛି।ଭିଜିଲାନ୍ସର ଏହି ଚଢ଼ାଉରେ ୨୫ ଜଣ ଅଫିସର, ୧୪ ଜଣ ଇନ୍ସପେକ୍ଟର, ୭ ଜଣ ଡେପୁଟି ଏସ୍ପି ସାମିଲ ଅଛନ୍ତି।