Site icon UTKAL PRATIDIN

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୁର୍ନି ବଳୟ, ୧୦ ରାଜ୍ୟକୁ ସତର୍କ ସୂଚନା ଜାରି

015dcb370004d9fdef666adcbe941a58623728de7ed22e25cd1d6cfe7fb636b5

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ସୋମବାର ଏହି ନିମ୍ନ ଚାପ ଏକ ଘୂର୍ଣ୍ଣିବଳୟରେ ପରିଣତ ହେବା ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ଦୁଇ ଦିନ ମଧ୍ୟରେ ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ଝାଡ଼ଖଣ୍ଡର କିଛି ଅଂଶରୁ ଫେରିଯିବାର ସମ୍ଭାବନା ରହିଛି। ସେହିପରି ଓଡି଼ଶା ଓ ପଶ୍ଚିମବଙ୍ଗରୁ ମଧ୍ୟ ମୌସୁମୀ ବିଦାୟ ନେବା ଆରମ୍ଭ କରିଛି।

Exit mobile version