ଗତ କିଛି ଦିନ ହେବ ବିମାନରେ ବୋମା ଧମକ ମିଳୁଛି । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାଉଥିବା ଭିସ୍ତାରାର ବିମାନ ୟୁକେ-୧୭କୁ ବୋମା ମାଡ଼ ଧମକ ମିଳିଛି। ସୋସିଆଲ ମିଡିଆରେ ଏହି ଧମକ ଦିଆଯାଇଥିଲା ।
ବିମାନକୁ ଫ୍ରାଙ୍କଫର୍ଟକୁ ଡାଇଭର୍ଟ କରାଯାଇଥିଲା ଯେଉଁଠାରେ ସୁରକ୍ଷା ଅଧିକାରୀମାନେ ଅଢ଼େଇ ଘଣ୍ଟା ଯାଞ୍ଚ କରିବା ପରେ କୌଣସି ସନ୍ଦେହଜନକ ଜିନିଷ ପାଇନଥିବା ସୂଚନା ମିଳିଛି।ଫଳରେ ଯାତ୍ରୀ ଛାନିଆ ହୋଇଯାଇଛନ୍ତି। ବିମାନଟିର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା । କ୍ରମାଗତ ବୋମା ଧାମ ମିଳୁଥିବାରୁ ଗୃହ ମନ୍ତ୍ରଣାଳୟ ବିମାନ ଚଳାଚଳ ମନ୍ତ୍ରଣାଳୟଠାରୁ ମଧ୍ୟ ରିପୋର୍ଟ ମାଗିଛି ।