Site icon UTKAL PRATIDIN

ମସଜିଦ ମାମଲାରେ ପୁଣି ମୁସଲିମ ପକ୍ଷଙ୍କୁ ଝଟକା

WhatsApp-Image-2024-02-26-at-1.14.12-PM

ଜ୍ଞାନବାପି ମସଜିଦ ମାମଲାରେ ପୁଣି ମୁସଲିମ ପକ୍ଷଙ୍କୁ ଝଟକା ଲାଗିଛି। ତୋଷଖାନାରେ ହିନ୍ଦୁ ପକ୍ଷ ପୂଜା ଆରମ୍ଭ କରିବା ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ ମୁସଲିମ୍‍ ପକ୍ଷ। ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଆବେଦନ ଖାରଜ ହେବା ପରେ ଏବେ ତୋଷଖାନାରେ ପୂଜା ଜାରି ରହିବ।

କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ତୋଷଖାନାରେ ପୂଜା କରିବା ଅଧିକାରକୁ ନେଇ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ। ହେଲେ ମୁସଲିମ ପକ୍ଷଙ୍କ ଆବେଦନ ଖାରଜ ହୋଇଛି। ଜଷ୍ଟିସ୍‍ ରୋହିତ ରଞ୍ଜନ ଅଗ୍ରୱାଲଙ୍କ ବେଞ୍ଚ ଏହି ରାୟ ଶୁଣାଇଛନ୍ତି।

ପୂର୍ବରୁ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ । ଯାହାର ଶୁଣାଣି କରି ଜାନୁଆରୀ ୩୧ରେ ପୂଜା ଆରମ୍ଭ କରିବାକୁ ବାରଣାସୀ ଜିଲା ଜଜ ଅନୁମତି ଦେଇଥିଲେ। ଜିଲା ଜଜଙ୍କ ଅନୁମତିକୁ ମଧ୍ୟ ହାଇକୋର୍ଟ ସମର୍ଥନ କରିଛନ୍ତି। କିନ୍ତୁ ତଳ କୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ । ଫେବ୍ରୁଆରୀ ୧୫ରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ସୋମବାର ହିନ୍ଦୁ ପକ୍ଷ ପୂଜା ଜାରି ରଖିବା ପାଇଁ ବଡ଼ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

Exit mobile version