Site icon UTKAL PRATIDIN

ଭକ୍ତଙ୍କ ପାଇଁ ଖୁସିଖବର, ଏହି ଦିନଠୁ ଆରମ୍ଭ ହେବ ବାବା ଅମରନାଥ ଯାତ୍ରା

2_179_1741183263596

ନୂଆଦିଲ୍ଲୀ: ବାବା ବର୍ଫାନୀଙ୍କ ଭକ୍ତଙ୍କ ପାଇଁ ଖୁସିଖବର । ଅମରନାଥ ଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ୱରେ ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡ (SABSB)ର ବୈଠକ ରାଜଭବନରେ ହୋଇଛି । ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭ ଜୁଲାଇ ୩ରୁ ଆରମ୍ଭ ହୋଇ ୨୦୨୫ ଅଗଷ୍ଟ ୯ ଯାଏ ଚାଲିବ । ଚଳିତଥର ବି ଅମରନାଥ ଯାତ୍ରା ଉଭୟ ପହଲଗାମ ଓ ବାଲଟାଲ୍ ମାର୍ଗ ଦେଇ ହେବ ।

ଅମରନାଥ ଯାତ୍ରା ପାଇଁ ଭକ୍ତଙ୍କୁ ଅଫିସିଆଲ୍ ୱେବସାଇଟ୍ ଜରିଆରେ ପଞ୍ଜିକରଣ କରିବାକୁ ପଡ଼ିବ । ଶ୍ରାଇନ୍ ବୋର୍ଡ ପକ୍ଷରୁ ସାରା ଦେଶର ବିଭିନ୍ନ ଜିଲ୍ଲାରେ ଡାକ୍ତରଙ୍କ ଏକ ଲିଷ୍ଟ ମଧ୍ୟ ଜାରି କରାଯାଏ, ଏମାନଙ୍କ ଜରିଆରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥାଏ । ତେବେ ଗତ ବର୍ଷ ଅମରନାଥ ଯାତ୍ରା ଜୁନ୍ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଯାଏ ଚାଲିଥିଲା ।

ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା ଅମରନାଥଙ୍କୁ ଦର୍ଶନ କରିବା ପାଇଁ ଯାତ୍ରାରେ ସାମିଲ ହୁଅନ୍ତି । ପ୍ରତିବର୍ଷ ଅମରନାଥ ଯାତ୍ରା ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ହେଲେ ଚଳିତ ବର୍ଷ ଏହାର ଅବଧି କମ କରିଦିଆଯାଇଛି । ଏଥର ଅମରନାଥ ଯାତ୍ରା କେବଳ ୩୮ ଦିନ ପାଇଁ ଚାଲିବ । ଏହି ଯାତ୍ରା ରକ୍ଷାବନ୍ଧନ ଦିନ ସମାପ୍ତ ହେବ । ଅମରନାଥ ଯାତ୍ରା ସମ୍ପର୍କରେ ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଭକ୍ତମାନଙ୍କ ଖାଦ୍ୟ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ନେଇ ସୂଚନା ରହିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅମରନାଥ ଯାତ୍ରା ପାଇଁ ସାରା ଦେଶରେ କୋଣ ଅନୁକୋଣରୁ ଭକ୍ତମାନେ ଅପେକ୍ଷା କରିଥାନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ମନ୍ଦିର ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ମଧ୍ୟ ନିଆଯାଇଥାଏ । ଯାତ୍ରୀମାନଙ୍କ  ପାଇଁ ରହିବା-ଖାଇବା ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥା କରାଯାଇଥାଏ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପରିମାଣରେ ସୁରକ୍ଷାକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଥାଏ ।

Exit mobile version