ଆଗରୁ ଆରମ୍ଭ ହେବାକୁ ଯାଉଛି ଏସିଆନ ଗେମ୍ସ l ତେବେ ଏହି ଏସିଆନ ଗେମ୍ସ ପାଇଁ ଖେଳିବାକୁ ଯାଉଥିବା ସମସ୍ତ ଓଡିଆ ଖେଳାଳିମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଓଡିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଏହି ସହାୟତା ଅନୁସାରେ ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ଯାଏଁ ଚାଲିବ ଏସିଆନ୍ସ ଗେମ୍ସ । ଏହି ଏସିଆନ ଗେମ୍ସରେ ଖେଳିବା ପାଇଁ ୧୩ ଜଣ ଓଡିଆ ଖେଳାଳିଙ୍କୁ ଚୟନ କରାଯାଇଛି । ତେଣୁ ସେମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ଅନୁସାରେ ପ୍ରତ୍ୟୋକ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ତେବେ ସେମାନଙ୍କ କ୍ରୀଡାର ବିକାଶ ତଥା ଟ୍ରେନିଂ , ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହି ରାଶିରେ ମିଳିବ ବୋଲି କୁହା ଯାଇଛି ।