Site icon UTKAL PRATIDIN

ଅଗ୍ନିଶମ ସେବା ପାଇଁ କେନ୍ଦ୍ରୀୟ ସହାୟତା ଘୋଷଣା, ଓଡ଼ିଶାକୁ ୨୦୧ କୋଟି

123456

ରାଜ୍ୟରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେବେ ୨୦୧.୧୦କୋଟି ।ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଯୋଜନା ଅଧୀନରେ କେନ୍ଦ୍ର ସରକାର ଓଡ଼ିଶା ସମେତ ତିନୋଟି ରାଜ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଛତିଶଗଡ଼, ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ୭୨୫.୬୨ କୋଟି ଟଙ୍କାର ତିନୋଟି ପ୍ରକଳ୍ପକୁ ସୋମବାର କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଓଡ଼ିଶାକୁ ୨୦୧.୧୦ କୋଟି, ଛତିଶଗଡ଼କୁ ୧୪୭.୭୬ କୋଟି ଓ ପଶ୍ଚିମବଙ୍ଗ ପାଇଁ ୩୭୬.୭୬ କୋଟି ଟଙ୍କାର ଆର୍ଥିକ ମଞ୍ଜୁରୀ ମିଳିଛି। ଅର୍ଥ ମଞ୍ଜୁର କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ କମିଟି ତିନି ରାଜ୍ୟର ଅଗ୍ନିଶମ ସେବା ଆଧୁନିକୀକରଣ ପାଇଁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗୁଡ଼ିକରେ ଏନଡିଆରଏଫ୍ ଅଧୀନରେ ୫୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହା ପୂର୍ବରୁ ୧୫ଟି ରାଜ୍ୟ ନିମନ୍ତେ ୨୫୪୨.୧୨ କୋଟି ଟଙ୍କାର ମୋଟ ପରିବ୍ୟୟ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

Exit mobile version