Site icon UTKAL PRATIDIN

ହ୍ରିତିକଙ୍କ ପ୍ରଶଂସା ଶୁଣି କାନ୍ଦିଲେ ଅନିଲ

Capture

ନୂଆଦିଲ୍ଲୀ: ବଲିଉଡ ସିନେମା ପ୍ରେମୀମାନେ ଅଭିନେତା ହ୍ରିତିକ ରୋସନଙ୍କ ଅପକମିଂ ସିନେମା ‘ଫାଇଟର’କୁ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ‘ଫାଇଟର’ ସିନେମାରେ ହ୍ରିତିକଙ୍କ ସହିତ ଅନିଲ କପୁର ଓ ଦୀପିକା ପାଦୁ‌କୋନଙ୍କୁ ବି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ‘ଫାଇଟର’ ସିନେମା ରିଲିଜ ପୂର୍ବରୁ ଗତମଙ୍ଗଳବାର ହ୍ରିତିକ, ଦୀପିକା ଓ ଅନିଲ କପୁର ଗଣମାଧ୍ୟମ ସହ କଥା ହୋଇଥିଲେ।

ଏହି ସାକ୍ଷାତକାର ସମୟରେ ହ୍ରିତିକ ବରିଷ୍ଠ ଅଭିନେତା ଅନିଲ କପୁରଙ୍କ ଭୁରିଭୁରି ପ୍ରଶଂସା କରିଥିଲେ। ହ୍ରିତିକଙ୍କ ପ୍ରଶଂସା ଶୁଣି ଅନିଲ ଭାବବିହ୍ବଳ ହୋଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ।ଗଣମାଧ୍ୟମ ସହ କଥା ହେବା ସମୟରେ ହ୍ରିତିକ କହିଥିଲେ,‘ମୁଁ ସିନେମା ସେଟରେ ଅନିଲଙ୍କୁ ଦେଖି ଖୁବ ଖୁସି ହୋଇଯାଇଥିଲି। ମୁଁ ତାଙ୍କ ଠାରୁ ଅନେକ କିଛି ଶିକ୍ଷା କରିଛି। ମୁଁ ସେଟ‌ରେ ତାଙ୍କ ଅଭିନୟ ଦେଖି ଚିକିତ ହୋଇଯାଇଥିଲି।

ସେ ଯେଉଁ ଭୂମିକାରେ ଅଭିନୟ କରନ୍ତୁ ନା କାହିଁକି ସେଥିରେ ପ୍ରାଣ ଭରି ଦେଲାଭଳି ଲାଗିଥାଏ। ଆଜି ପର୍ଯ୍ୟନ୍ତ ଏଭଳି ଅଭିନେତାଙ୍କ ସହ ମୁଁ କାମ କରିନାହିଁ।’ହ୍ରିତିକିଙ୍କ ଏଭଳି ପ୍ରଶଂସା ଶୁଣି ଅନିଲ କାନ୍ଦି ପକାଇଥିଲେ। ଜାନୁଆରି ୨୫ ତାରିଖରେ ‘ଫାଇଟର’ ସିନେମା ଘରେ ରିଲିଜ ହେବାର ପୂରା ପ୍ରସ୍ତୁତି ସରିଛି। ଏହି ସିନେମାରେ ପ୍ରଥମଥର ବଡ଼ପରଦାରେ ହ୍ରିତିକ ଓ ଦୀପିକାଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।

Exit mobile version