ପୁଣି ଇସ୍କନ ଚଲାଇଛି ମନମାନି ।ଅଦିନିଆ ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା କରିବ ଇସ୍କନ। ଶାସ୍ତ୍ର ଓ ପୁରାଣ ଅନୁଯାୟୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ।
ଇସ୍କନର ହୋଷ୍ଟନ୍ ୟୁନିଟ୍ ୱେବସାଇଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ, ନଭେମ୍ବର ୩ରେ ‘ସ୍ନାନା ଯାତ୍ରା’ ଆୟୋଜନ କରିବାକୁ ଥିବା ବେଳେ ନଭେମ୍ବର ୯ରେ ରଥ ଯାତ୍ରା ଆୟୋଜନ କରିବାକୁ ଯୋଜନା ରହିଛି।ଅଦିନିଆ ମହାପ୍ରଭୁଙ୍କ ରୀତିନୀତି ପାଳନ କରିବାର ଏହି ପ୍ରୟାସକୁ ନେଇ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି।

