Site icon UTKAL PRATIDIN

ପୁଣି ​ବିବାଦର କେନ୍ଦ୍ରବିନ୍ଦୁ – ଦ କେରଳ ଷ୍ଟୋରୀ

The-Keral-Storu-700x430-1

ମୁକ୍ତିଲାଭର ବର୍ଷକ ପରେ ପୁଣି ଥରେ ରାଜନୈତିକ ଝଡ଼ ସୃଷ୍ଟି କରିଛି ଦ କେରଳ ଷ୍ଟୋରୀ। ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ଏହି ସିନେମା ଲୋକସଭା ନିର୍ବାଚନ ପୂର୍ବରୁ କେରଳରେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ସରକାରୀ ଦୂରଦର୍ଶନ ପରେ ଏବେ କେରଳର କ୍ୟାଥୋଲିକ୍ ଡାଏସିସ୍ ଆଧା ଶର୍ମାଙ୍କ ଅଭିନୀତ ବିବାଦୀୟ ଚଳଚ୍ଚିତ୍ରର ପ୍ରସାରଣ ପାଇଁ ଧାଡ଼ି ବାନ୍ଧିଛନ୍ତି।

ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଆଇ(ଏମ୍) ଏବଂ ବିରୋଧୀ କଂଗ୍ରେସ ଏହାକୁ ସମାଲୋଚନା କରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ ସମର୍ଥନ କରିଛି।

ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଏପ୍ରିଲ ୫ରେ ଏହି ଚଳଚ୍ଚିତ୍ର ପ୍ରସାରଣ କରିବାକୁ ନିଷ୍ପତ୍ତି ନେବା ପରେ ‘ଦ କେରଳ ଷ୍ଟୋରୀ’ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା। ସିପିଆଇ (ଏମ୍) ଏବଂ କଂଗ୍ରେସ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଥିବା ବେଳେ ଉଭୟ ଦଳ ଏହାର ସ୍କ୍ରିନିଂ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ପୃଥକ ଅଭିଯୋଗ କରିଥିଲେ।

Exit mobile version