ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଆତଙ୍କବାଦୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି ।ଜମ୍ମୁକାଶ୍ମୀରରେ ଲୋକଙ୍କ ଉପରେ ଆକ୍ରମଣ ହୋଇଛି ।ବଟାଗୁଣ୍ଡ ତ୍ରାଲରେ ହୋଇଥିବା ଏକ ଗୁଳିକାଣ୍ଡରେ ଜଣେ ଅଣ ଶ୍ରମିକ ଆହତ ହୋଇଥିବା ସୂଚନା ରହିଛି । ଏକ ସପ୍ତାହ କାଶ୍ମୀର ଭିତରେ ଏହା ହେଉଛି ତୃତୀୟ ଆକ୍ରମଣ ।
କିଛି ଦିନ ତଳେ ଜମ୍ମୁ-କାଶ୍ମୀରର ଶୋପିଆ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ବାରମ୍ବାର ଆତଙ୍କବାଦୀଙ୍କ ଏହି ଆକ୍ରମଣ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ରବିବାର ଗାନ୍ଦରବାଲ ଜିଲ୍ଲାରେ ଏକ ନିର୍ମାଣସ୍ଥଳରେ ଆତଙ୍କବାଦୀମାନେ ୬ ଜଣ ପ୍ରବାସୀ ଶ୍ରମିକ ଏବଂ ଜଣେ ସ୍ଥାନୀୟ ଡାକ୍ତରଙ୍କୁ ହତ୍ୟା କରିଥିଲେ। ଏହା ପୂର୍ବରୁ ୧୮ ଅକ୍ଟୋବରରେ ସୋଫିଆନ୍ ଜିଲ୍ଲାରେ ଆତଙ୍କବାଦୀମାନେ ବିହାର ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ।