Site icon UTKAL PRATIDIN

ଆଉ ଟୋଲ୍ ପ୍ଲାଜାଗୁଡ଼ିକରେ ଅଟକିବନି ଗାଡି

VSP17_TOLL_PLAZA 2

କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି ।ଏଣିକି ଟୋଲ୍‌ ପ୍ଲାଜାରେ ଆଉ ଅଟକିବନି ଗାଡ଼ି। ଜିପିଏସ୍‌ରେ କରାଯିବ ଫି ଆଦାୟ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ମଙ୍ଗଳବାର ଜାତୀୟ ରାଜପଥ ଶୁଳ୍କ ନିୟମ,୨୦୦୮କୁ ସଂଶୋଧନ କରିଛି ।ଯାହା ଦ୍ୱାରା ଯାତ୍ରା ସହଜ ହେବ ।

ଟୋଲ୍ ଆଦାୟ ପାଇଁ ବର୍ତ୍ତମାନ ଗ୍ଲୋବାଲ ନାଭିଗେସନ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍), ଗ୍ଲୋବାଲ ପୋଜିସନିଂ ସଷ୍ଟମ୍ (ଜିପିଏସ୍) ଏବଂ ଅନ୍ ବୋର୍ଡ ୟୁନିଟ୍ସ (ଓବିୟୁ)ର ବ୍ୟବହାର କରାଯିବ। ଏସବୁ ଉପାୟରେ ଟୋଲ୍ ଫି ଆଦାୟ କରାଯିବ। ପ୍ରଥମ ୨୦ କିମି ଯାତ୍ରା ଉପରେ କୌଣସି ଶୁଳ୍କ ଆଦାୟ ହେବନାହିଁ। ଏହାପରେ ଟୋଲ୍ ରାସ୍ତାରେ ଗାଡ଼ି ଯେତିକି କିଲୋମିଟର ଯିବ ସେହି ଅନୁସାରେ ଟୋଲ୍ ଫି ଆଦାୟ ହେବ।

୨୦ କିଲୋମିଟର ପରେ ଯେତିକି ଯାତ୍ରା କରିବେ ଉକ୍ତ ଅନୁସାରେ ଟୋଲ୍ ଫି’ ଦେବେ । ଏହାପରେ ଟୋଲ୍ ରାସ୍ତାରେ ଗାଡ଼ି ଯେତିକି କିଲୋମିଟର ଯିବ ସେହି ଅନୁସାରେ ଟୋଲ୍ ଫି ଆଦାୟ ହେବ।ପ୍ରାରମ୍ଭିକ ଭାବେ ଏ ସିଷ୍ଟମ କିଛି ନିର୍ଦ୍ଦିଷ୍ଟ ରାଜପଥ ଏବଂ ଏକ୍ସପ୍ରେସ୍ୱେରେ ଲାଗୁ କରାଯିବ । ଓବିୟୁକୁ ଫାଷ୍ଟ୍ୟାଗ୍ ଭଳି ସରକାରୀ ପୋର୍ଟାଲରୁ କିଣାଯାଇପାରିବ । ଆଗକୁ ଗାଡ଼ି ନିର୍ମାତା ପୂର୍ବରୁ ହିଁ ଓବିୟୁ ଲାଗିଥିବା ଗାଡ଼ି ବିକ୍ରି କରିପାରିବେ ।

Exit mobile version