Site icon UTKAL PRATIDIN

ଅନସ୍ଥା ପ୍ରସ୍ତାବ ଭଗବାନଙ୍କ ଆଶୀର୍ବାଦ: ପ୍ରଧାନମନ୍ତ୍ରୀ

3

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଗୁରୁବାର ସଂସଦରେ ରଖିଛନ୍ତି । ଗୁରୁବାର ଅପରାହ୍ନରେ ମୋଦି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ବର୍ଷିଛନ୍ତି ।  ଅନସ୍ଥା ପ୍ରସ୍ତାବ ଭଗବାନଙ୍କ ଆଶୀର୍ବାଦ ବୋଲି କହି ବିରୋଧୀଙ୍କୁ କଡା ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ମୋଦି କହିଥିଲେ, ଅଧୀର ରଞ୍ଜନ କହିଥିଲେ, ଅନାସ୍ଥା ପ୍ରସ୍ତାବର ଶକ୍ତି ଯାହା ପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଆମେ ସଂସଦ ପର୍ଯ୍ୟନ୍ତ ଟାଣି ଆଣିଲୁ । ଏହାର ଉତ୍ତରରେ ମୋଦି କହିଥିଲେ, ଦେଶର ଜନତା ଆମ ଉପରେ ବାରମ୍ବାର ଭରସା କରୁଛନ୍ତି । ଆମେ ଦେଶର କୋଟି କୋଟି ଜନତାଙ୍କ ପାଖରେ କୃତଜ୍ଞ । ଭଗବାନ ବହୁତ ଦୟାଳୁ । କୌଣସି କୌଣସି ମାଧ୍ୟମରେ ସେ ନିଜ ଇଚ୍ଛାକୁ ପୂରା କରିଥାନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘ମୁଁ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି କହିବି, ଈଶ୍ୱର ବିରୋଧୀଙ୍କୁ ବୁଝାଇଲେ ଏବଂ ସେମାନେ ଅନାସ୍ଥା ପ୍ରସ୍ତାବ ନେଇ ଆସିଲେ । ୨୦୧୮ ଅନାସ୍ଥା ପ୍ରସ୍ତାବ ସମୟରେ କହିଥିଲି,  ଏହା ଆମର ଫ୍ଲୋର ଟେଷ୍ଟ ନୁହେଁ, ଏହା ସେମାନଙ୍କ ପାଇଁ ଫ୍ଲାେର ଟେଷ୍ଟ । ଆଉ ଏହାର ପରିଣାମ ସ୍ୱରୂପ ସେମାନେ ନିର୍ବାଚନ ହାରିଲେ ।  ମୋଦି କହିଥିଲେ, ‘ବିପକ୍ଷଙ୍କ ଅବିଶ୍ୱାସ ଆମ ପାଇଁ ଶୁଭ ହେଉଛି । ବିରୋଧୀ ସ୍ଥିର କରି ସାରିଲେଣି ଯେ, ଜନତାଙ୍କ ଆଶୀର୍ବାଦରେ ଏନଡିଏ ଏବଂ ବିଜେପି ୨୦୨୪ ନିର୍ବାଚନରେ ପୂର୍ବର ସବୁ ରେକର୍ଡ ଭାଙ୍ଗି କ୍ଷମତାକୁ ଫେରିବ ।’ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚା କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ଏମିତି ଅନେକ ବଲ ଥିଲା ଯାହା ଗାଁ, ଗରିବ, ଦଳିତ, ପଛୁଆ, ଆଦିବାସୀଙ୍କ ପାଇଁ ଥିଲା । ସେମାନଙ୍କ କଲ୍ୟାଣ, ଭବିଷ୍ୟତ ସହ ଜଡିତ ହୋଇଥିଲା । ହେଲେ ବିରୋଧୀଙ୍କର ସେ ଚିନ୍ତା ନାହିଁ । ବିରୋଧୀଙ୍କ ଆଚରଣ ଏବଂ ବ୍ୟବହାରରୁ ଏହା ସିଦ୍ଧ ହେଉଛି ଯେ, ତାଙ୍କ ପାଇଁ ଦେଶଠାରୁ ବଡ ଦଳ । ଦେଶ ନୁହେଁ ପ୍ରଥମେ ଦଳର ପ୍ରାଥମିକତା ରହିଛି । ଚଗରିବଙ୍କ ଭୋକର ଚିନ୍ତା ନାହିଁ, କ୍ଷମତାର ଚିନ୍ତା ବିରୋଧୀଙ୍କୁ ଘାରିଛି ।

Exit mobile version