ଅବସରପ୍ରାପ୍ତ ସେନା କର୍ମଚାରୀ ଜଗିଲେ ଆନନ୍ଦ ବଜାର । ମୋଟ ଦୁଇଟି ସିଫ୍ଟରେ ୨୦ଜଣ ପୂର୍ବତନ ସେନା କର୍ମଚାରୀ ମୁତୟନ କରିଛନ୍ତି ରାଜ୍ୟ ସରକାର ।ଫଳରେ ଆନନ୍ଦ ବଜାରରେ ଶୃଙ୍ଖଳା ଆସିବା ବୋଲି ସୂଚନା ଦେଇଛି ଶ୍ରୀ ମନ୍ଦିର ପ୍ରଶାସନ । ବିଶେଷ କରି ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ।ସକାଳ ୬ଟାରୁ ୧୦ ଜଣ ଦିନ ୨ଟାରୁ ଆଉ ୧୦ ଜଣ ସିଫ୍ଟ କରିବେ ବୋଲି କମିଟି ନିଷ୍ପତ୍ତି ନେଇଛି ।ଭକ୍ତଙ୍କ ପ୍ରତି ବ୍ୟବହାର ଠିକ୍ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ନିର୍ଦ୍ଧିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଭୋଗ ବିକ୍ରିକୁ ବାରଣ କରାଯିବା ସହ ନିର୍ଦ୍ଧାରିତ ସ୍ଥାନରେ ବସି ସୁଆର ମହାସୁଆର ସେବକ ମହାପ୍ରସାଦ ବିକ୍ରି କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ ବିଭାଗ ।