Site icon UTKAL PRATIDIN

ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କଲେ ଅମିତ ଶାହ

images-1-3

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ। ଏନେଇ ଗୃହମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଉନ୍ନତି ପାଇଁ ଘଟିଥିବା ବିସ୍ତୃତ ପରିବର୍ତ୍ତନ ବିଷୟରେ ତାଙ୍କ ସହ ଏକ ଗଭୀର ଆଲୋଚନା କରିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି କହିଛନ୍ତି ଅମିତ ଶାହ।

ଆପଣଙ୍କୁ କହିରଖୁଛୁ ଯେ ସୋମବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସେହିପରି କଳା କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ସୁଲଭ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାତା ବିନ୍ଦେଶ୍ୱର ପଠକ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।

ଆନ୍ଧ୍ରପ୍ରଦେଶର କଳା କ୍ଷେତ୍ରରେ ଅଭିନେତା ତଥା ରାଜନେତା କୋନିଦେଲା ଚିରଞ୍ଜିବୀ, ବେଜୟନ୍ତୀମାଲା ବାଲି ଏବଂ ତାମିଲନାଡୁରୁ କଳା କ୍ଷେତ୍ରରେ ପଦ୍ମ ସୁବ୍ରମଣ୍ୟମ ଏବଂ ବିହାରର ସାମାଜିକ କାର୍ଯ୍ୟରେ ବିନ୍ଦେଶ୍ବର ପାଠକ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେହିପରି ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ପୂର୍ବତନ ରାଜ୍ୟପାଳ ରାମ ନାଏକ ଏବଂ ଗାୟିକା ଉଷା ଉଥୁପଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତରପ୍ରଦେଶର କାର୍ପେଟ ବୁଣାକାର ଖଲିଲ ଅହମ୍ମଦ, ମଧ୍ୟପ୍ରଦେଶର ଲୋକ ଗାୟକ କାଲୁରାମ ବାମନିଆ, ବାଂଲାଦେଶୀ ଗାୟିକ ରେଜୱାନା ଚୌଧୁରୀ ବାନ୍ୟା ଏବଂ ଉତ୍ତରପ୍ରଦେଶର ଚିକାନକରୀ ଏମ୍ବ୍ରୋଡୋରୀ କଳାକାର ନାସିମ ବାନୋ ସାମିଲ ଅଛନ୍ତି। ପଶ୍ଚିମବଙ୍ଗର କୋଚ ବିହାରର ରାଜବୋଙ୍ଗଶୀ ଲୋକ ଗାୟିକ ଗୀତା ରାୟ ବର୍ମନ୍, ଟେନିସ୍ ଖେଳାଳି ରୋହନ ବୋପାନ୍ନା, ତ୍ରିପୁରାର ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଚିତ୍ତ ରଂଜନ ଦେବବରମା, ବ୍ୟାଙ୍କର୍ କଳ୍ପନା ମୋରପାରିୟା, ପରୋପକାରୀ କିରଣ ନାଦର, ହରିୟାଣାର ସମାଜସେବୀ ଗୁରୁବିନ୍ଦର ସିଂ ଏବଂ ଉତ୍ତରପ୍ରଦେଶର ଲୋକ ଗାୟକ ଉର୍ମିଲା ଶ୍ରୀବାସ୍ତବଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

Exit mobile version