Site icon UTKAL PRATIDIN

ସହାୟତର ହାତ ବଢ଼ାଇଲେ ଅମୀର : ଏତିକି ଟଙ୍କା କଲେ ଦାନ

IMG_20230924_124457

ଗତ କିଛି ଦିନ ତଳେ ହିମାଚଳ ପ୍ରଦେଶରେ ଭୟଙ୍କର ବନ୍ୟା ବିପର୍ଯ୍ୟୟ ଲାଗି ସେଠାରେ ଥିବା ଲୋକଙ୍କ ଅବସ୍ଥା ଖୁବ ସ୍ୱଚନୀୟ । ଏବେ ସେଠାକାର ବାସିନ୍ଦାଙ୍କ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛନ୍ତି । କିଏ ବାସହୀନ ତ କିଏ ଖାଇବାକୁ ପାଉନି l ଏସବୁ ମଧ୍ୟରେ ବଲିଉଡ ଅଭିନେତା ଅମୀର ଖାନ ହିମାଚଳ ପ୍ରଦେଶ ବାସିନ୍ଦାଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ସେ ହିମାଚଳ ପ୍ରଦେଶ ବିପର୍ଯୟ ପାଣ୍ଠିକୁ ୨୫ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି l

ଗତ କିଛି ଦିନ ତଳେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ହୋଇ ବହୁ ବିଲ୍ଡିଂରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକମାନେ ବାସହରା ହୋଇପଡିଛନ୍ତି l ଏହି ସମସ୍ତ କ୍ଷତିକୁ ଲକ୍ଷକରି ଅମୀ ଖାନ ବିପର୍ଯ୍ୟୟ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅମୀର ଖାନଙ୍କ ଏହି ରାଶି ଦାନ ପରେ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ଅଭିନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଠାକୁର ସୁଖବିନ୍ଦର ସିଂ କହିଛନ୍ତି ଯେ ଏହି ସହାୟତା ନିସନ୍ଦେହରେ ଲୋକଙ୍କ ରିଲିଫ ଏବଂ ଥଇଥାନ ଉଦ୍ୟମ ପାଇଁ ବ୍ୟବହୃତ ହେବ l କାରଣ ଏହାର ଉଦ୍ଦେଶ୍ୟ ହେଉଛି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ପରିବାରକୁ ଏଥିରୁ ବାହାର କରିବାରେ ସାହାଯ୍ୟ କରିବା । ଏଥିସହ ସେ କହିଛନ୍ତି ଯେ ଏହି ପାଣ୍ଠି ଅଭାବନୀୟ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଅତି ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରାଯିବ। ହିନ୍ଦୀ ସିନେମା ଆଇକନ୍ ଭାବରେ ତାଙ୍କର ଏହି ଉତ୍ତମ ପଦକ୍ଷେପ ରାଜ୍ୟରେ ପ୍ରଭାବିତ ହେଉଥିବା ଲୋକଙ୍କ ଜୀବନରେ ଏକ ନୂତନ ସୁ୍ଯ୍ୟୋଦୟ କରିବ l ସେମାନଙ୍କ ଜୀବନରେ ଖୁବ ଭଲ ପରିବର୍ତ୍ତନ ଆସିବ ଏହି ରାଶି ଦ୍ୱାରା l

Exit mobile version