Site icon UTKAL PRATIDIN

ଭାରତ ସହ ଆମେରିକାର ସମ୍ପର୍କ ହେବ ଆହୁରି ଶକ୍ତିଶାଳୀ

IMAGE_1726975006

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ୩ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ।ମୋଦିଙ୍କ ସହ ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଛି। ଆମେରିକାର ରାଷ୍ଟ୍ରପତି ମଧ୍ୟ ଏହାକୁ ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ।

ଯେତେବେଳେ ମୋଦି ଓ ବାଇଡେନ ଏକାଠି ହୁଅନ୍ତି ସେତେବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରନ୍ତି ।ଗତକାଲି ବାଇଡେନଙ୍କ ହୋମ୍ ଟାଉନ୍ ୱିଲିଂଟନ୍ ଡେଲାୱେରରେ ପହଞ୍ଚିବା ପରେ ମୋଦିଙ୍କୁ ନିଜ ବାସଭବନକୁ ପାଛୋଟି ନେଇଥିଲେ ବାଇଡେନ। ପରେ ୨ ରାଷ୍ଟ୍ର ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ସେପଟେ ଆମେରିକାର ଭାରତୀୟ ସମୁଦାୟ ପକ୍ଷରୁ ମଧ୍ୟ ମୋଦିଙ୍କୁ ପାରମ୍ପରିକ ଢଙ୍ଗରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି।

Exit mobile version