Site icon UTKAL PRATIDIN

ପୁରୀ ବେଳାଭୂମିରେ ଆମେରିଆ ରାଷ୍ଟ୍ରପତି !

16

ପୁରୀ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  ।  । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ ବାଲୁକାକୃତି ତିଆରି କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୨ ହଜାର ଦୀପ ବ୍ୟବହାର କରି ଏହି ସୁନ୍ଦର ବାଲୁକାକଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଛି । ଦେଶରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନକୁ ମଧ୍ୟ ଏହି କଳାକୃତିରେ ପ୍ରଦର୍ଶିତ କରାଯାଇଛି।

ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଆଜି ଭାରତ ପହଞ୍ଚିବେ। ଏହା ପୂର୍ବରୁ ଆମେରିକା ସୁରକ୍ଷା କର୍ମୀମାନେ ଭାରତ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ୱତନ୍ତ୍ର କଣ୍ଚ୍ରୋଲ ରୁମ ସ୍ଥାପନ କରିଛନ୍ତି। ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଥିବାବେଳେ  ତାଙ୍କ ସୁରକ୍ଷା ପାଇଁ ହୋଟେଲର ପ୍ରତି ମହଲାରେ ସିକ୍ରେଟ ସର୍ଭିସ କମାଣ୍ଡୋ ମୁତୟନ କରାଯାଇଛନ୍ତି  ।  

ବାଇଡେନଙ୍କ ଯିବାଆସିବା ପାଇଁ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ଲିଫ୍ଟ ଲଗାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀ ଆୟୋଜନ କରାଯାଇଛି ।

Exit mobile version