ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଯାତ୍ରା ପାଇଁ ଏବେ ପ୍ରି-ରେଜିଷ୍ଟେସନ କରିବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଏପ୍ରିଲ ୧୪ରୁ ପ୍ରି-ରେଜିଷ୍ଟସନ କରିପାରିବେ । ଚଳିତବର୍ଷ ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୯ ଯାଏଁ ଚାଲିବ । ୩୮ ଦିନ ଧରି ହେବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀ ଅମରନାଥ ଜୀ ଶ୍ରୀଇନ ବୋର୍ଡ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ଏବଂ ନିୟମଗୁଡିକୁ ପ୍ରସ୍ତୁତି କରିବାର ଶେଷ ପର୍ଯ୍ୟାୟରେ ରହିଛି ।
ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି । ଯେଉଁମାନେ ଗ୍ରୁପରେ ବାବା ଅମରନାଥଙ୍କ ଯାତ୍ରା କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଅଲଗା ଅଲଗା ନିୟମ ଜାରି କରାଯିବ। ହେଲିକପ୍ଟରରେ ଅମରନାଥ ଯାତ୍ରା ପାଇଁ ଯିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ବୁକିଂ ପରେ ହେବ । ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବାକୁ ମେଡିକାଲ ସାର୍ଟିଫିକେଟ, ଫଟୋ ଦରକାର । ସେହିପରି ୧୩ ବର୍ଷରୁ କମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ଶ୍ରଦ୍ଧାଳୁଙ୍କୁ ଅନମୁତି ମିଳିବ ନାହିଁ । ସେହିପରି ୬ ସପ୍ତାହରୁ ଅଧିକ ଥିବା ଗର୍ଭବତୀଙ୍କୁ ଅନୁମତି ମିଳିବନି ।

