
ପ୍ୟାରିସ ଅଲମ୍ପିକ୍ସରେ ଭାରତ ଖାତାରେ ଯୋଡିହେଲା ଆଉ ଏକ ପଦକ ।କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଆଣିଛନ୍ତି ଗୌରବ ।ଭାରତ ପାଇଁ ଷଷ୍ଠ ପଦକ ଜିତିଛନ୍ତି ଅମନ୍ ସେରାୱତ । ଶୁକ୍ରବାର କାଂସ୍ୟ ପଦକ ମୁକାବିଲାରେ ପୁର୍ତ୍ତୋରିକୋର ଡାରିଆନ୍ ତୋଇ କ୍ରୁଜ୍ଙ୍କୁ ୧୩-୫ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ।ଅଲମ୍ପିକସରେ ଭାରତର ପଦକ ସଂଖ୍ୟା ୪୧ରେ ପହଞ୍ଚିଛି। ଅଲମ୍ପିକସରେ ଭିନେସ ଅଯୋଗ୍ୟ ଘୋଷିତ ହେବା ପରେ ଅମନଙ୍କ ଉପରେ ଭାରତବାସୀ ବେଶ ଆଶାବାଦୀ ଥିଲେ ।ଅମନ କୁସ୍ତି ଜିତି ବ୍ରୋଞ୍ଜ ପଦକ ଆଣିବା ସହ ଭାରତବାସୀଙ୍କ ପାଇଁ ମଧ୍ୟ ବେଶ ଖୁସି ଆଣିଛନ୍ତି ।ଭାରତବାସୀ ଏହି ସଫଳତାକୁ ମନେଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ଜରିଆରେ ଅମନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।