Site icon UTKAL PRATIDIN

ବଦଳିଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’

b192277761aa9963291506da749afc9b608d52b75ab65dc16d253ae9628709f4

ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଆରମ୍ଭ ହୋଇଥିଲା।କିନ୍ତୁ ମୋହନ ସରକାର ଶାସନକୁ ଆସିବା ପରେ ନବୀନଙ୍କ ବିଭିନ୍ନ ଯୋଜନାକୁ ବଦଳେଇବାରେ ବ୍ୟସ୍ତ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଦିନ ଭିତରେ ନିର୍ଦେଶାବଳୀ ଜାରି ହେବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି।

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ସେମାନଙ୍କ ଗାଁ ଓ ପଞ୍ଚାୟତର ବିକାଶ ହେବ। ଏହାଦ୍ବାରା ପଞ୍ଚାୟତିରାଜ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବ। ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ବ ଦିଆଯିବ। କୌଣସି ପ୍ରକଳ୍ପ ହେବା ପୂର୍ବରୁ ପଲ୍ଲୀସଭାରେ ଏହାକୁ ଅନୁମୋଦନ କରିବା ବ୍ୟବସ୍ଥା ରହିବ।

Exit mobile version