Site icon UTKAL PRATIDIN

ଓଏସଏସସି ପରୀକ୍ଷା ପରିଚାଳନାରେ ତ୍ରୁଟି ଅଭିଯୋଗ

119d817e5572c90bcc95fd87076f9453bf5a69107392095c14f05c2e3d80402e

ସରକାରୀ ସ୍ତରରେ ହେଉଥିବା ପରୀକ୍ଷାରେ ବାରମ୍ବାର ତ୍ରୁଟି ହେଉଥିବା ଦେଖିବାକୁ ମିଳୁଛି ।OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ହୋଇଥିବା ଖବର ମିଳିଛି ।ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଗୁରୁତର ଅଭିଯୋଗ କରିଛନ୍ତି କିଛି ପରୀକ୍ଷାର୍ଥୀ।

ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍ ଖୋଲାଯାଇଥିଲା । ଏନେଇ ପରୀକ୍ଷା ଦେଇ ପାରିନଥିବା ଅଭିଯୋଗ କରିଲେ ଛାତ୍ର ଗୌରହରି ସାହୁ ।ଏପରିକି ସିସିଟିଭି ଯାଞ୍ଚ ପାଇଁ ମଧ୍ୟ ଦାବି କରିଥିଲେ ପରୀକ୍ଷାର୍ଥୀ। କିନ୍ତୁ ସିସିଟିଭି ଯାଞ୍ଚ ବେଳେ ଏହା ସମୟ ସହ ମେଳ ଖାଇ ନଥିବା ସୂଚନା ମିଳିଛି।ସେପଟେ ସିସିଟିଭି ସମୟ ମେଳ ନଖାଇବା ବୈଷୟିକ ତ୍ରୁଟି କହିଥିଲେ କର୍ତ୍ତୃପକ୍ଷ। ଅନ୍ୟପଟେ ପରୀକ୍ଷା ବିଭ୍ରାଟ କଥାକୁ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି।

Exit mobile version