UTKAL PRATIDIN

ଆକ୍ସନ ଲୁକରେ ନଜର ଆସିବେ ଆଲିଆ : ରିଲିଜ ହେଲା ଟିଜର

ପ୍ରଥମଥର ପାଇଁ ଆକ୍ସନ ଲୁକରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ନୂତନ ଚଳଚ୍ଚିତ୍ର ‘ଜିଗ୍ରା’ର ପ୍ରଥମ ଲୁକ୍ ଟିଜର ଆଜି ରିଲିଜ୍ ହୋଇଛି । ଏହି ଟିଜରରେ ଆଲିଆଙ୍କୁ ଦମ୍‌ଦାର ଲୁକ୍‌ ସହିତ ଜବରଦସ୍ତ ଡାଏଲଗ କହୁଥିବାର ଦେଖିବାକୁ ମିଳିଛି ।

ଆଲିଆ ଭଟ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖାଦେଇଥିବା ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ ‘ଜିଗ୍ରା’ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଚେହେରା ଏବଂ ଚରିତ୍ର ଅଲଗା ଦେଖାଯାଉଛି। ଏହି ଟିଜରରେ, ଆଲିଆ ଏକ କାନ୍ଧରେ ଏକ ବ୍ୟାଗ୍ ସହିତ ସାର୍ଟ ଏବଂ ଜିନ୍ସ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଆଲିଆ ଏହି ଟିଜରରେ କହୁଛନ୍ତି – “ଦେଖ ମୋତେ … ମୋର ରାଖୀ ପିନ୍ଧୁଚୁ ନ ତୁ.… ତୁ ମୋର ସୁରକ୍ଷା ଦାୟିତ୍ୱରେ ଅଛୁ । ତୋ ସହ କେବେ କିଛି ହେବାକୁ ମୁଁ ଦେବି ନାହିଁ… କେବେ ବି ନୁହେଁ l” ଆଲିଆଙ୍କ ଏପରି ଡାଇଲଗରୁ ତ ଏହା ସ୍ପଷ୍ଟ ହେଉଛି ଯେ ଏହି ଚଳଚ୍ଚିତ୍ରଟି ଭାଇ ଓ ଭଉଣୀଙ୍କ କାହାଣୀ ଉପରେ ଆଧାରିତ ହୋଇଥିବ ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଟିଜର ସେୟାର କରିବାବେଳେ ଆଲିଆ କ୍ୟାପସନରେ ଲେଖିଛନ୍ତି – ଏହି ଜିଗ୍ରା ଚଳଚିତ୍ରଟି ଟାଲେଣ୍ଟେଡ୍‌ ନିର୍ଦେଶକ ଭାସାନ ବାଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । ଏହାକୁ ଧର୍ମ ଚଳଚ୍ଚିତ୍ର, ସୂର୍ଯ୍ୟକିରଣ ପ୍ରଡକ୍ସନ୍ ସହିତ ପ୍ରଡ୍ୟୁସ୍‌ କରାଯାଇଛି । ଏହା ସହ ସେ କହିଛନ୍ତି ଧର୍ମ ପ୍ରଡକ୍ସନ୍ସ ସହିତ ସେ କ୍ୟାରିଅର୍ ଆରମ୍ଭ କରିଥିଲେ ତେଣୁ ଏବେ ଯେପରି ସେ ସେଇ ପୁରୁଣା ଦିନକୁ ଫେରି ଆସିଛନ୍ତି ତାଙ୍କୁ ସେପରି ଲାଗୁଛି l ସେ ଏହି ସିନେମାକୁ ନେଇ ବହୁତ ଖୁସି ଏବଂ ଉତ୍ସାହିତ ବୋଲି ମଧ୍ୟ କହିଛନ୍ତି l ଏବେ ଠୁ ଠିକ ବର୍ଷେ ପରେ ଅର୍ଥାତ ୨୭ ସେପ୍ଟେମ୍ବର ୨୦୨୪ରେ ‘ଜିଗ୍ରା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Exit mobile version