Site icon UTKAL PRATIDIN

ଶାହରୁଖଙ୍କ ଉପରେ ଭାରି ପଡିଲେ ଐଶ୍ୱର୍ଯ୍ୟା

1

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଚଳଚ୍ଚିତ୍ରରେ ‘ନନ୍ଦିନୀ’ ଚରିତ୍ରରେ ଅଭିନୟ କରିଥିଲେ। ସେତେବେଳେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଖୁବ ଭଲ ପାଇବା ପାଇଥିଲା। ବର୍ତ୍ତମାନ ପୁଣି ଥରେ ‘ନନ୍ଦିନୀ’ ଚରିତ୍ର ଐଶ୍ୱର୍ଯ୍ୟାଙ୍କ ପାଇଁ ଲକି ହୋଇଛି। ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ ମଣିରତ୍ନମଙ୍କ ନିର୍ଦ୍ଦେଶିତ ‘ପୋନ୍ନିୟିନ୍ ସେଲ୍‌ଭନ୍‌’ ଦ୍ୱାରା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୨୦୨୨ ମସିହାରେ ପ୍ରେକ୍ଷାଳୟକୁ ଫେରିଥିଲେ।

ନିକଟରେ ରିଲିଜ୍ ହୋଇଥିବା ସିକ୍ୱେଲ୍ ‘ପୋନିୟିନ୍ ସେଲଭନ୍ ୨’ ରେ ଅଭିନେତ୍ରୀ ଡବଲ୍ ରୋଲ୍ କରିଛନ୍ତି ଏବଂ ଏଥିପାଇଁ ଅତୁଳନୀୟ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ‘ପୋନିୟିନ୍ ସେଲଭନ୍ ୨’ରେ ଐଶ୍ୱର୍ଯ୍ୟା ରାୟ ‘ନନ୍ଦିନୀ’ ଏବଂ ଓମଇ ରାନୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚରିତ୍ରକୁ ବହୁତ ପସନ୍ଦ କରାଯାଇଛି। ଏହି କାରଣରୁ ସେ I MDb ର ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ଲୋକପ୍ରିୟତା ତାଲିକାରେ ଶୀର୍ଷ ମାନ୍ୟତା ପାଇଛନ୍ତି। ଏହି ତାଲିକାରେ ଅନୁଷ୍କା ଶର୍ମା ଦ୍ୱିତୀୟ ସ୍ଥାନରେ ଥିବାବେଳେ ଶାହରୁଖ ଖାନ ତୃତୀୟ ସ୍ଥାନରେ ଅଛନ୍ତି। ଐଶ୍ୱର୍ଯ୍ୟା ରାୟ ପୁଣିଥରେ ତାଙ୍କ ଅଭିନୟ ମାଧ୍ୟମରେ ପ୍ରମାଣିତ କରିଛନ୍ତି ଯେ କିପରି ପ୍ରଶଂସକଙ୍କ ହୃଦୟ ଜିତିବାକୁ ହୁଏ। ଐଶ୍ୱର୍ଯ୍ୟା ରାୟଙ୍କ ‘ପୋନିୟିନ୍ ସେଲଭନ୍ ୨’ ବକ୍ସ ଅଫିସରେ ୩୦୦କୋଟିରୁ ଅଧିକ ଆୟ କରିଛି।

ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ IMDb ଆପ୍‌ରେ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ଫିଚର୍‌ ଉପଲବ୍ଧ। ଏଥିରେ, ପ୍ରତ୍ୟେକ ସପ୍ତାହର ଲୋକପ୍ରିୟ କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ରାଙ୍କିଙ୍ଗ୍ କରାଯାଏ। IMDbରେ ପ୍ରତି ମାସରେ ୨୦ କୋଟି ଭିଜିଟ୍ସ ଆଧାରରେ ଏହି ରାଙ୍ଗିଙ୍କ୍ ସ୍ଥିର କରାଯାଏ।

Exit mobile version