Site icon UTKAL PRATIDIN

ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ: କିଏ ଦେଉଛି ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ

Jio-vs-Vodafone-vs-Airtel-small-1280x720

ଭୁବନେଶ୍ଵର: ଜିଓ ପରେ ଏୟାରଟେଲ୍‌ ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ଏୟାରଟେଲ୍‌ ର ବର୍ତ୍ତମାନ ପ୍ରାୟ ୩୮ କୋଟି ୟୁଜର୍ସ ଅଛନ୍ତି । କମ୍ପାନୀ ନିଜ ୟୁଜର୍ସଙ୍କ ବେନିଫିଟ୍ସ ପାଇଁ ବିଭିନ୍ନ ପ୍ରକାରର ପ୍ଲାନ୍ ପ୍ରଦାନ କରେ । କମ୍ପାନୀ ତାର ୟୁଜର୍ସମାନଙ୍କୁ ଶସ୍ତା ଏବଂ ମହଙ୍ଗା ଉଭୟ ପ୍ଲାନ୍ ପ୍ରଦାନ କରିଥାଏ । ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ତିନିଟି କମ୍ପାନୀ ନିଜ ଉପଭୋକ୍ତାଙ୍କ ପାଇଁ ଅନେକ ସମୟରେ ଶସ୍ତା ପ୍ଲାନ୍‌ ଆଣି ଥାନ୍ତି । ତେବେ ୫୦୦ ଟଙ୍କାରୁ କମ୍‌ କେଉଁ ସବୁ ରିଚାର୍ଜ ପ୍ଲାନ୍‌ ରହିଛି ଓ ଏଥିରେ କି କି ସୁବିଧା ମିଳିବ ଜାଣନ୍ତୁ ।

ଏୟାରଟେଲ୍‌ର ୪୬୯ ଟଙ୍କାର ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୮୪ ଦିନ ପର୍ଯ୍ୟନ୍ତ ସମୟସୀମା ମିଳିବ । ଏଥିରେ ଅସୀମିତ କଲିଙ୍ଗ୍‌ ସହ ୯୦୦ ଏସଏମଏସ ସୁବିଧା ରହିଛି । ମାତ୍ର ଏଥିରେ ଡାଟା ବ୍ୟବହାର କରି ପାରିବେ ନାହିଁ ।

ଜିଓର ୪୪୮ ପ୍ଲାନ୍‌ରେ ୮୪ ଦିନ ସମୟସୀମା ରହିଛି । ଏଥିରେ ଅସୀମିତ କଲିଙ୍ଗ୍‌ ବ୍ୟତୀତ ୧୦୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ । ଏଥିରେ ଡାଟା ସୁବିଧା ମିଳିବ ନାହିଁ । ମାତ୍ର ଜିଓ ଟିଭି ଓ ଜିଓ କ୍ଲାଉଡ୍‌ ବ୍ୟବହାର କରି ପାରିବେ ।

ସେହିପରି ଭୋଡାଫୋନ୍‌ ଆଇଡିଆର ୪୭୦ ଟଙ୍କାର ପ୍ଲାନ୍‌ରେ ୮୪ ଦିନ ପର୍ଯ୍ୟନ୍ତ ସମୟସୀମା ମିଳିବ । ଅସୀମିତ କଲିଙ୍ଗ୍‌, ୯୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ । ମାତ୍ର ଡାଟା ମିଳିବ ନାହିଁ ।

Exit mobile version