Site icon UTKAL PRATIDIN

ବାତ୍ୟା ପାଇଁ ପ୍ରଭାବିତ ହେବ ବିମାନସେବା

ef6459d090abc06b6dc3059034e9f89133dae1b08a8e0234c1e3113f6fdbd65f

ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ଓ କୋଲକାତା ବିମାନବନ୍ଦର ପକ୍ଷରୁ ୩୦୦ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ସେହହିପରି ୫୫୨ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି।ଆଜି କ୍ବାଲାଲାମ୍ପୁରକୁ ବିମାନ ସେବା ବନ୍ଦ ରହିବ l

ବାତ୍ୟା ପାଇଁ ଭୁବନେଶ୍ବରରେ ପବନର ବେଗ ୩୫ରୁ ୪୦ କିମି ରହିବ l ଏହି ତୀବ୍ରତାରେ ବିମାନ ଉଡ଼ିବା ସୁରକ୍ଷିତ ନୁହେଁ l ତେଣୁ ଆଜି ସନ୍ଧ୍ୟାରେ ଆଜି ସନ୍ଧ୍ୟା ୫ରୁ କାଲି ସକାଳ ୯ ପର୍ଯ୍ୟନ୍ତ ବିମାନ ବନ୍ଦ ରହିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ l ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ ରହିବ l

କାଲି ସକାଳେ ପୁଣି ସମୀକ୍ଷା ହେବ l ତାପରେ ବିମାନ ଉଡିବ କି ବନ୍ଦ ରହିବ ସେନେଇ ନିଷ୍ପତ୍ତି ନେବୁ l ଏଥିରେ ୪୦ ବିମାନ ସେବା ପ୍ରଭାବିତ ହେବ l ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ, କିଛି ରିସିଡ୍ୟୁଲ ହେବ କି ଟିକେଟ କ୍ୟାନସଲ ହେବ l ଯାତ୍ରୀଙ୍କ ସୁରକ୍ଷା ଆମ ପାଇଁ ବଡ଼ l

Exit mobile version