Site icon UTKAL PRATIDIN

ଆଜି ସକାଳ ୮ଟାରୁ ବିମାନ ସେବା ସ୍ୱାଭାବିକ

32d1997ab945fe21d82de33a634e70d0b6a2f835a8fc198f3b1ab8bc5f74e155

ସମ୍ଭାବ୍ୟ ବାତ୍ୟା ଦାନ ଯୋଗୁଁ ଗତକାଲି ୪୦ବିମାନସେବା ବାତିଲ କରାଯାଇଥିବା ବେଳେ ଆଜି ତାହା ସ୍ୱାଭାବିକ ହୋଇଛି ।ଭୁବନେଶ୍ୱରରେ ବିମାନସେବା ସ୍ୱାଭାବିକ ହୋଇଥିବା ନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।ତେବେ ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା ।

ଗତକାଲି ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ଦାନା’। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ‘ଦାନା’ ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ।

ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଏଥିସହ କିଛି ସ୍ଥାନକୁ ଛାଡି ବାକି ସମସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ରହିଛି । ଖାସ୍ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ଦେଖିବାକୁ ମିଳିଛି । ତେବେ ବାତ୍ୟା ପରେ ସ୍ଥିତି ସ୍ବାଭାବିକ ଥିବାରୁ ବିମାନ ଚଳାଚଳା ପାଇଁ ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟାରୁ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଉଡିବା ପାଇଁ ସୂଚନା ଦିଆଯାଇଛି ।

Exit mobile version