Site icon UTKAL PRATIDIN

ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା ପ୍ରଶିକ୍ଷକ ବିମାନ ; ୨ ପାଇଲଟ ଗୁରୁତର ଆହତ

iaf_plance_crash_1701669572

ତେଲେଙ୍ଗାନା : ସୋମବାର ସକାଳେ ଭାରତୀୟ ବାୟୁସେନା ହାଇଦ୍ରାବାଦରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିବାର ଖବର ଆସିଛି l ତେଲେଙ୍ଗାନାର ଡୁଣ୍ଡିଗାଲରେ ପାଇଲଟସ୍ ଟ୍ରେନିଂ ସମୟରେ ଜଣେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

କିନ୍ତୁ ବର୍ତ୍ତମାନ ବାୟୁସେନା ନିଜ ବିବୃତ୍ତିରେ କହିଛନ୍ତି ଯେ ଉଭୟ ପାଇଲଟ ଗୁରୁତର ଆହତ ହୋଇଛନ୍ତି କିନ୍ତୁ କାହାର ମୃତ୍ୟୁକୁ ନିଶ୍ଚିତ କରିନାହାଁନ୍ତି। ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ପାଇଲଟମାନେ ସେମାନଙ୍କ ଜୀବନ ବଳିଦାନ ଦେଇଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ହାଇଦ୍ରାବାଦରୁ ରୁଟିନ୍ ଟ୍ରେନିଂ ଉଡ଼ାଣ ସମୟରେ ଆଜି ସକାଳେ ଏକ ପାଇଲଟସ୍ PC 7 Mk II ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଆଇଏନ୍ଏଫ୍ କହିଛି। ଭାରତୀୟ ବାୟୁସେନା ନିଶ୍ଚିତ କରିଛି ଯେ ବିମାନରେ ଥିବା ଉଭୟ ପାଇଲଟ ସାଂଘାତିକ ଆହତ ହୋଇଛନ୍ତି। କୌଣସି ସାଧାରଣ ନାଗରିକ ଜୀବନ କିମ୍ବା ସମ୍ପତ୍ତିରେ କୌଣସି କ୍ଷତି ହୋଇନାହିଁ। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version