Site icon UTKAL PRATIDIN

ଫଳାଫଳ ପୂର୍ବରୁ ବିଜେପି ଅଫିସରେ ଖୁସିର ମାହୋଲ, ଛଣାଗଲା ଜିଲାପି

IMAGE_1732339762

ଫଳାଫଳ ପୂର୍ବରୁ ବିଜେପି ଅଫିସରେ ଖୁସିର ମାହୋଲ ।ବିଜେପି ଅଫିସରେ ବସିଛି ତେଲ କଢ଼େଇ। ଆଉ ଛଣା ଚାଲିଛି ଜିଲାପି। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଭିତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ।ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ବିଜେପି ମହାରାଷ୍ଟ୍ରରେ ଲିଡ୍‌ କରୁଛି। ଏହାକୁ ନେଇ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରିୟଜନଙ୍କ ମୁହଁ ମିଠା କରିବା ପାଇଁ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଜିଲାପି ସେଲିବ୍ରେସନ୍‌ ଆରମ୍ଭ ହୋଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ବ୍ୟକ୍ତି ଦିଲ୍ଲୀ ବିଜେପି ହେଡ୍‌ ଅଫିସ୍‌ ଭିତରେ ମୁଣ୍ଡରେ ଗେରୁଆ ପଗଡ଼ି ପିନ୍ଧି ଗରମା ଗରମ ଜିଲାପି ଛାଣୁଥିବା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ଯେ ଉଭୟ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପି ନିଶ୍ଚିତ ରୂପେ ଜିତିବ ବୋଲି ଆଶା ରଖିଛି।

କହିରଖୁ ଯେ, ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ମହାରାଷ୍ଟ୍ରରେ ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି। ଏଠାରେ ୨୮୮ଟି ଆସନରୁ କେବଳ ବିଜେପି ୧୩୫ଟି ଆସନରେ ଆଗୁଆ ରହିଛି। ମହାୟୁତି ମୋଟ ୨୧୫ଟି ଆସନରେ ଆଗୁଆ ଥିବା ମିଡିଆ ରିପୋର୍ଟରୁ ଜଣାପଡିଛି।

Exit mobile version