ଉତ୍ତରପ୍ରଦେଶର ବହରାଇଚ ପରେ ଏବେ ମଧ୍ୟପ୍ରଦେଶରେ ଗଧିଆ ଆତଙ୍କ ଖେଳାଇଛି ।ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଗୋଟିଏ ପରିବାରର ୫ ଜଣଙ୍କୁ ଏକ ଗଧିଆ ଆକ୍ରମଣ କରି ଲହୁଲୁହାଣ କରିଦେଇଛି ।କିଛି ସମୟ ମଧ୍ୟରେ ସେଠାରେ ଗାଁ ଲୋକେ ପହଞ୍ଚି ଗଧିଆଟିକୁ ପିଟି ପିଟି ମାରିଦେଇଥିବା ସୂଚନା ମିଳିଛି ।ଖବର ପାଇ ବନ ବିଭାଗ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଗତ ଦୁଇ ମାସ ହେଲା ଗଧିଆ ଆକ୍ରମଣରେ ୧୦ରୁ ଅଧିକ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣାକୁ ରାଜ୍ୟ ସରକାର ‘ବନ୍ୟଜନ୍ତୁ ବିପର୍ଯ୍ୟୟ’ ଘୋଷଣା କରିଥିବା ବେଳେ ୧୦ ଜଣ ଅଭିଜ୍ଞ ସୁଟରଙ୍କୁ ଗଧିଆ ଧରିବା ଲାଗି ମୁତୟନ କରିଛନ୍ତି ।